1. Best Awareness News: ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ଓ ରକ୍ତ ଦାନ ଶିବିର ଆୟୋଜିତ

0
80
ଡ୍ରାଇଭର ମହାସଂଘ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧/୦୯) : ଓଡିଶା ଡ୍ରାଇଭର ମହାସଂଘ ସୋନପୁର ଶାଖା ପକ୍ଷ ରୁ ଆଜି ବଡ଼ ଝିଙ୍କି ଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସ ଠାରେ ଡ୍ରାଇଭର ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି lWhatsApp Image 2023 09 02 at 09.23.48 1. Best Awareness News: ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ଓ ରକ୍ତ ଦାନ ଶିବିର ଆୟୋଜିତ

ଏହି ଅବସରରେ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବଡ ପଟୁଆର ରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିର ରୁ ବାହାରି ଝିଙ୍କି ସ୍ଥିତ ନୂତନ ଅଫିସକୁ ଶୋଭା ଯାତ୍ରା ରେ ବାହାରି ଥିଲେ ।ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ୩ଜଣ ମହିଳା ରକ୍ତ ଦାତା ଙ୍କ ସମେତ ସମୁଦାୟ ୪୬ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିୟୁରବl ସଂସ୍ଥା ପକ୍ଷ ରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି l

ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ପ୍ରଶାସନ ପକ୍ଷ ରୁ ପ୍ରତିଶୁତି ଦେଇ ସଂଘ ର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ ଏବଂ ପ୍ରଥମେ ନିଜେ ନିଜକୁ ଫିଟ ଓ ସୁରକ୍ଷିତ ରଖି ସାଧାରଣ ଜନତା ଙ୍କ ଜୀବନ ସୁରକ୍ଷା ପାଇଁ ଉତ୍ତମ ସେବା ଦେବାକୁ ଓ ନିଜ ପ୍ରତି ଲୋକଙ୍କ ଆସ୍ଥାଭାଜନ ବୃଦ୍ଧି କରିବାକୁ ଅନେକ ପରାମର୍ଶ ଦେଇଥିଲେ l

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଂଘ ର ଉପ ସଭାପତି ଜ୍ୟୋତି ରଂଜନ ପଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ଭରତ ଗଡ଼ିଆ, ବେଦବ୍ୟାସ କର୍ମୀ,ବିକାଶ ନାଏକ, ବଳରାମ ସ୍ନିଙ୍ଘ,ହରିଶ ଠାକୁର ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତା ସମେତ ବ୍ଲକ ର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସେନା କର୍ମଚାରୀ ପ୍ରାକ୍ତନ ସୁବେଦାର ଅଶ୍ୱିନୀ ହୋତା, ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆୟୋଜକ ତଥା ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା ଙ୍କ ତତ୍ୱାବଧାନ ରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l