1. Best Entrepreneurship News: ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସୁକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ସମ୍ମିଳନୀ

0
61
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩୧ /୦୮) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ କକ୍ଷରେ କଟକ ସ୍ତିତ ସୁକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ର ବିକାଶ ଓ ସୁବିଧା କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡା ଏବଂ ଅଟଳ କମୁନିଟି ଇଂନୋଭେସନ କେନ୍ଦ୍ର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ମିଳିତ ଅନୁକୂଲ୍ୟ ରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 08 31 at 18.46.01 1. Best Entrepreneurship News: ଜିଆଇଇଟି ବିଶ୍ୱବିଦ୍ୟାଳୟରେ ସୁକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ସମ୍ମିଳନୀ

ଏହି ଅବସରରେ ସୁକ୍ଷ୍ମ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗର ଯୁଗ୍ମ ନିର୍ଦେଶକ ପି କେ ଗୁପ୍ତା ଆଭାସୀ ମାଧ୍ୟମରେ ଯୋଗଦେଇ ଉଦ୍ୟେଗ ବିଭାଗର ବିଭିନ୍ନ ଯୋଜନା ବିଷୟ ରେ କହିଥିଲେ । ଜିଆଇଇଟି ବିଶ୍ୱ ବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବର୍ତ୍ତମାନ ଉଦ୍ୟୋଗ କ୍ଷେତ୍ରର ବିଭିନ୍ନ ଦିଗ ବିଷୟରେ କହିଥିଲେ ।

ମୁଖ୍ୟବକ୍ତା ଭାବେ କଟକ ସ୍ତିତ ସୁକ୍ଷ୍ମ , କ୍ଷୁଦ୍ର , ମଧ୍ୟମ ଉଦ୍ୟୋଗ ବିଭାଗର ଉପ ନିର୍ଦେଶକ ଏସ ଏନ ଦାଶ , ସମ୍ମାନିତ ଅତିଥି ଭାବେ ରାୟଗଡା ଜିଲ୍ଲା ଶିଳ୍ପ କେନ୍ଦ୍ରର ମହା ପରିଚାଳକ ବି ସି ବେନ, କଟକସ୍ତିତ ଭାରତୀୟ ଉଦ୍ୟୋଗ ବିକାଶ ହିଁ ସେବାର ସହ ନିର୍ଦେଶକ ଡି. ସି . ମିଶ୍ର , ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡା ଶିଳ୍ପ ପ୍ରୋତ୍ସାହନ ଅଧିକାରୀ ସବ୍ୟସାଚୀ ସାହୁ ପ୍ରମୁଖ ଯୋଗ ଦେଇ ଶିକ୍ଷାନୁଷ୍ଠାନ ଓ ଶିଳ୍ପ କ୍ଷେତ୍ରର ମଧ୍ୟରେ ଥିବା ବ୍ୟବଧାନ କୁ କିପରି କମା ଯାଇପାରିବ ସେ ନେଇ ଆଲୋଚନା କରିଥିଲେ ।

ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଂଜିନିରିଂର ଡିନ ଡ଼ ଏ . ବି . ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ରାଧାନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଲୟର ରେଜିଷ୍ଟ୍ରାର ଡ଼ . ଏନ .ଭି .ଜେ. ରାଓ , ସୁନୀଲ ଏମ.ପି , ପ୍ରଫେସର ଶଶାଙ୍କ ଶେଖର ପଣ୍ଡା , ଡ଼ ସୁଦୀପ୍ତ ମୈତି ଙ୍କ ସମେତ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।