Thursday, October 22, 2020
Home District News କ.ନୂଆଗାଁ ବ୍ଲକରେ ଗରିବ ଅଗ୍ନି ବିପନ୍ନଙ୍କୁ ମିଳୁନି ଆବାସ, ପର ପିଣ୍ଡାରେ ବିତୁଛି ଦିନ

କ.ନୂଆଗାଁ ବ୍ଲକରେ ଗରିବ ଅଗ୍ନି ବିପନ୍ନଙ୍କୁ ମିଳୁନି ଆବାସ, ପର ପିଣ୍ଡାରେ ବିତୁଛି ଦିନ

ରିପୋର୍ଟ: ଜଗଦୀଶ ଦାସ //
ଗୁଞ୍ଜି ବାଡ଼ି (୧୬/୦୮): କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି |

ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ ହେଉଛି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ବାସ୍ତବ ଚିତ୍ର ସମ୍ପୂର୍ଣ ଓଲଟା ପ୍ରତିଫଳନ ହେଉଛି l ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବା ବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉ ଥିବା ଅଭିଯୋଗ ହେଉଛି | ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି l ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛା ଶକ୍ତିର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବରୁ ପ୍ରକୃତ ହିତାଧିକାରୀ ଓ ଜଣେ ଅଗ୍ନିବିପନ୍ନ ଯୋଜନାର ସୁଫଳ ପାଇପାରୁ ନାହାନ୍ତି | ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ଗ୍ରାମପଞ୍ଚାୟତର ହରିପୁର ଗାଁରେ l ସେହିଗାଁର ହନୁ ପ୍ରଧାନ ଜଣେ ଦିନ ହୀନ ମୂଲଲାଗି ପରିବାର ପ୍ରତିପୋଷଣ କରୁଥଲେ | ହଠାତ ଘରେ ନିଆ ଲାଗିବାରୁ ଘରର ସମ୍ପତ୍ତି ସହ ଘର ଦ୍ୱାର ସମ୍ପୂର୍ଣ ନଷ୍ଟ ହୋଇଗଲା | ମୁଣ୍ଡଗୁଞ୍ଜିବାକୁ ଘର ନ ଥିବାରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି କେହି ବି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି l ହନୁ ପ୍ରଧାନ କଷ୍ଟେ ମଷ୍ଟେ ଏକ କୁଡ଼ିଆ ଘର କରି ତିନି ଛୁଆ ସମେତ ସ୍ତ୍ରୀକୁ ଧରି ରହୁଛନ୍ତି | ପରଦୁଆରେ ମୁଲଲାଗି ଖଲିପତ୍ର ସିଲେଇ କରି ତେଲ ଲୁଣର ସଂସାରକୁ ଦୁଃଖ କଷ୍ଟରେ ଚଳାଇ ନେଉଛନ୍ତି l ବର୍ଷା ଦିନ ହୋଇଥିବାରୁ ଘର ଗଳୁଛି ଘରେ ଜାଗା ଅଭାବରୁ ଦୁଇ ପୁଅ ପର ପିଣ୍ଡାରେ ଶୋଇବାକୁ ଯାଉଥିବା ଦେଖିବାକୁ ମିଳିଛି l ଅଗ୍ନି ବିପନ୍ନଙ୍କୁ ସରକାର ତୁରନ୍ତ ଘର ଯୋଗାଇ ଦେବାପାଇଁ ନିୟମ ଥିବାସ୍ଵତ୍ତ୍ୱେ ହନୁ ପ୍ରଧାନ ପାଇଁ ଅବହେଳା ପ୍ରଦର୍ଶନ କରାଯାଇଛି l ଏନେଇ ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବା ସହିତ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସମାଜସେବୀ ବିପ୍ର ପ୍ରଧାନ ଓ ବରିଷ୍ଠ ବିଜେପି ନେତା କମଳାପାଣ୍ଡେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ପ୍ରମୁଖ ଦାବୀ କରିଛନ୍ତି | ଏନେଇ ଗୁଞ୍ଜିବାଡ଼ି ସରପଞ୍ଚ ଓ ବିଡ଼ିଓ ମନୋଜ କୁମାର ତ୍ରିପାଠୀଙ୍କ ପ୍ରତିକ୍ରିୟା ନେବାପାଇଁ ପ୍ରଚେଷ୍ଟା କରାଯାଇ ଥିଲେବି ପ୍ରତିକ୍ରିୟା ମିଳିପାରିନାହିଁ l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅଲୋଡ଼ା ଶିଶୁକନ୍ୟା କୁ ଅପଣେଇଲେ ବେଙ୍ଗାଲୁରର ଏକ ଦମ୍ପତି

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୨-୧୦): ବଲାଙ୍ଗୀର ଆୟୁର୍ବେଦିକ କଲେଜ ନିକଟରୁ ଉଦ୍ଧାର ହୋଇଥିବା ଅଲୋଡ଼ା ଶିଶୁକନ୍ୟା ଏବେ ବେଙ୍ଗାଲୁରର ଏକ ଦମ୍ପତି ଆସି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି...

କାଲରାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ, ଏହି ବେଶ ସବୁଠାରୁ ମହତ୍ତ୍ୱପୂର୍ଣ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର (ତା୨୨-୧୦): ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି...

ସ୍ଵାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର ଆହତ,ହତ୍ୟା ଉଦ୍ୟମ ଅଭିଯୋଗ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର,ତା୨୧-୧୦): ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜଏରପଡା ଗାଁର ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ...

ବନ୍ଦ୍ରୀ ଠାରୁ କଡିଙ୍ଗଗଡ଼ାପା ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଜନ ଅଶନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ // ଚନ୍ଦ୍ରପୁର ତା୨୨-୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବନ୍ଦୀରି ଗ୍ରାମରୁ କଡିଙ୍ଗଗାଡ଼ପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ମରଣ ଯନ୍ତାରେ ପରିଣତ।ଗଲା ଏକ ବର୍ଷ ପୂର୍ବେ ଜନସାଧାରଣଙ୍କ ଦାବିକୁ ଲକ୍ଷରେ...

Recent Comments

%d bloggers like this: