ମିନାଝୋଲା ରେ ଗାଧେଇବା ବେଳେ 2, ବାଳକ, ବାଳିକା ନିଖୋଜ

0
47
ମିନାଝୋଲା

ରିପୋର୍ଟ : ନରୋତ୍ତମ ପାଢ଼ୀ
ଚନ୍ଦ୍ରପୁର/ରାୟଗଡା, (୩୦/୦୮) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ବହୁ ପୁରାତନ ଶୈବପୀଠ, ଶ୍ରୀ ମିନାଝୋଲା ଠାରେ ସୋମବାର ଦିନ କନ୍ଧମାଳ ଜିଲ୍ଲା ର ଶ୍ରୀ ରାମପୁର କୋଲନି ରୁ ୪ ଗୋଟି ଅଟୋ, ଗାଡ଼ିଯୋଗେ, ୩୦ ରୁ ଉର୍ଧ୍ଵ ଶ୍ରଦ୍ଧାଳୁ ମାନେ ଶ୍ରାବଣ ମାସର ଶେଷ ସୋମବାର ମିନକେତନ ସ୍ୱର ଙ୍କୁ ଦର୍ଶନ ପାଇଁ ଆସିଥିଲେ ।

ମିନାଝୋଲା ରେ ଗାଧେଇବା ବେଳେ ୨, ବାଳକ, ବାଳିକା ନିଖୋଜ : ସମସ୍ତେ ତ୍ରିବେଣୀ ସଙ୍ଗମ ରେ ବୁଡ଼ ପକାଇ ଠାକୁର ଦର୍ଶନ କରି ଫେରିବା ପରେ, ପୁଣି ଆଉଥରେ ଗାଧୋଇବା ପାଇଁ ୨ ଜଣ ବାଳକ ବାଳିକା ତ୍ରିବେଣୀ ଘାଟାକୁ ଯାଇ ଫେରି ନ ଥିବା ସୂଚନା ମିଳୁଛି । କିଛି ସମୟ ଖୋଜା ଖୋଜି ପରେ କୌଣସି ଖବର ନ ମିଳିବାରୁ ସ୍ଥାନୀୟ ବାସିନ୍ଦା ଚନ୍ଦ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ କର୍ମଚାରୀ ସଂଗେ ସଂଗେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଖବର ଆମର ହସ୍ତଗତ ହୋଇଛି ।

ବର୍ତମାନ ସୁଦ୍ଧା କୌଣସି ଖବର ଜଣା ପଡ଼ିନାହିଁ, ସୂଚନା ଅନୁଯାୟୀ ଶ୍ରୀରାମ ପୁର କୋଲନୀ ର ସ୍ମୁତି ବଡ଼ ସେଠ୍, ବୟସ ୧୦, ରତ୍ନାକର ବଡ଼ ନାୟକ ବୟସ ୧୧, ନିଖୋଜ ଥିବା ଜଣାପଡିଛି । ଖବର ପାଇଁ ଚନ୍ଦ୍ରପୁର ତହସିଲଦାର, ଅଶୋକ ତ୍ରିପାଠୀ, ଚନ୍ଦ୍ରପୁର ଥାନା ର ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।