କୋଶଳ ଆବାସିକ ବିଦ୍ୟାଳୟ ସୋନପୁରରେ ଜାତୀୟ କ୍ରୀଡା ଦିବସ 2023 ପାଳିତ

0
42
କୋଶଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୮) : ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଶଳ ଆବାସିକ ବିଦ୍ୟାଳୟ ର ଖେଳ ପଡିଆରେ ଜାତୀୟ କ୍ରୀଡା ଦିବସ ଆଜି ପାଳିତ ହୋଇଯାଇଛି ।

ମେଜର ଧ୍ୟାନଚାନ୍ଦ ଙ୍କ ଅଗଷ୍ଟ ୨୯ ଜନ୍ମଦିନ ଗ୍ରହଣ କରିଥିଲେ ଏହି ଦିବସ ଅବସରେ କୋଶଳ ଆବାସିକ ବିଦ୍ୟାଳୟ ପରିଷରରେ କ୍ରୀଡା ଦିବସ ପଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୂଆଁ ପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତ କୁମାର କ୍ଷେତି ସମ୍ମାନିତ ଅତିଥି ଭାବେ ମହମ୍ମଦ କଲିମ ଇନଫେନେଟି ଅନୁଷ୍ଠାନର କୋଚ, ପରମା ନାଏକ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ, ସଞ୍ଜୟ କୁମାର ସାହୁ ବିଦ୍ୟାଳୟ ସଂପାଦକ ଉପସ୍ଥିତ ଥିବାବେଳେ ସହ ପ୍ରଧାନ ଆଚାର୍ଯ୍ୟା ସ୍ମିତାରାଣୀ ନାଏକ ମଞ୍ଚ ପରିଚାଳନା କରିଥିଲେ ।

ବିଦ୍ୟାଳୟ ର ଏକ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ରେ Yellowgroup ଏବଂ Green group ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ Yellowgroup ବିଜୟୀ ହୋଇଥିଲେ । ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।