Thursday, October 1, 2020
Home District News ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ ଟ୍ରୁନାଟ/ଆଂଟିଜେନ, ଆରଟିପିସିଆର ଟେଷ୍ଟଗୁଡିକ ବିପୁଳ ମାତ୍ରାରେ କରାଯାଉଥିବାରୁ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଦ୍ୱାରା ସଂକ୍ରମଣକୁ ବ୍ୟାପିବାରେ ରୋକାଯାଇ ପାରୁଛି ।

ତେଣୁ ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଆଂଟିଜେନ ଟେଷ୍ଟିଂକୁ ବୃଦ୍ଧି କରାଯିବା ପାଇଁ ଜିଲ୍ଳା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏହି ମର୍ମରେ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ନିଆଯାଉଥିବା କୋଭିଡ ପରିଚାଳନାର ସମସ୍ତ ଦିଗକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗୁରୁବାର ଦିନ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତିଗିିର ଉଲାକା,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗ ଦେଇଥିଲେ।

ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଳ୍ଳା କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜ,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସ.ପି. ରାମପ୍ରସାଦ ସାହୁ ,ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଂଟିଜେନ ଟେଷ୍ଟ କରିବା ପାଇଁ ଲୋକଙ୍କୁ ପ୍ରବାର୍ତାଇବା ସହ ସେମାନଙ୍କ ସହଯୋଗ ଆବଶ୍ୟକ କରିବା ଏବଂ ହୋମ ଆଇସୋଲେସନ ରୋଗୀଙ୍କୁ ଘୃଣା ନ କରି ଘରେ ରହିବା ପାଇଁ ସଚେତନ କରିବା ବୋଲି ଜିଲ୍ଳାପାଳ ଶ୍ରୀ ବେହେରା କହିଥିଲେ । ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ଜିଲ୍ଳାରେ ବୃଦ୍ଧି ପାଉଥିବା କରୋନା ପଜିଟିଭ୍ ସଂଖ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ନିଆଯାଇଥିବା ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ପାୱାର ପଂଏଟ ମାଧ୍ୟମରେ ଆଲୋକପାତ କରାଇଥିଲେ । ଜିଲ୍ଳାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୬ ପ୍ରତିଶତରୁ ଉର୍ଦ୍ଧ ରହିଥିବା ସେ ପ୍ରକାଶ କରିଥିଲେ । ବର୍ତମାନ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ରେ ପଂହଚିଥିବା ବେଳେ ଗତ ୧୨ତାରିଖ ଯାଏଁ ୧୨ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜିଲ୍ଳାର ବିଭିନ୍ନ ସିସିସି ଓ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ହୋମ ଆଇସୋଲେସନରେ ୪୩୬ ଜଣ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ଥିବା ୧୮୨ଟି ଗ୍ରାମ ପଂଚାୟତର ନେର୍ଟୱାର୍କ ଅଂଚଳ ଥିବା ୨୭ଟି ସ୍ଥାନକୁ ପ୍ରଶାସନ ଚୟନ କରି ସେଠାରେ ୨୭ ଗୋଟି ସ୍ୱାବ ସଂଗ୍ରହ ଟିମ୍ ପସ୍ତୁତ କରିଥିବା ବେଳେ ୫ଟି ବ୍ଳକରେ ୩ଟି ଟିମ ଲେଖାଁଏ ଓ ବଳକା ୬ଟି ବ୍ଳକରେ ୨ଟି ଟିମ ଲେଖାଁଏ ଏହି ସ୍ୱାବ ନମୂନା ସଂଗ୍ରହ କରିବାକୁ ଯୋଜନା କରାଯାଇଥିବା ନେଇ ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ । ଏହି ସ୍ୱାବ ନମୂନା ସଂଗ୍ରହ ଟିମରେ ୪ଜଣ ଲେଖାଁଏ କର୍ମଚାରୀ ରହିବେ ଏବଂ ବର୍ତମାନ ୭୮ଜଣଙ୍କୁ ସ୍ୱାବ ନମୂନା ଟେଷ୍ଟି ଦିଗରେ ତାଲିମ ପ୍ରଦାନ କରାଯାଇଥିବା ବୈଠକରେ ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ । ଜିଲ୍ଳାରେ ୧୩୭୫ଟି ଟେଷ୍ଟିଂ କିଟ୍ ପଂହଚିଥିବା ବେଳେ ଆହୁରି ୨୦୦୦ଟି କିଟ୍ ଜିଲ୍ଳାକୁ ପଠାଯାଇଛି। ତେଣୁ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରାପିଡ ଆଂଟିଜେନ ଟେଷ୍ଠିଂକୁ ବୃଦ୍ଧି କରାଯିବା ସହ ହୋମ ଆଇସୋଲେସନ ବ୍ୟବସ୍ଥାକୁ ପ୍ରଧାନ୍ୟ ଦିଆଯିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସେହିପରି ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କରୋନା ସଂକ୍ରମିତ ହୋଇଥିବା ଲୋକେ ରୋଗକୁ ନ ଲୁଚାଇ ପ୍ରଶାସନକୁ ତଥା ୧୦୪ନମ୍ବରକୁ ଡାଏଲ କରି ଜଣାଇବା ଦ୍ୱାରା ସେମାନଙ୍କୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଏବଂ ହୋମ ଆଇସୋଲେସନ ବ୍ୟବସ୍ଥା ରହିଥିଲେ ସେଠାର ରହିବା ପାଇଁ ନଚେତ ଅନ୍ୟ ସିସିସି କେନ୍ଦ୍ରଗୁଡିକରେ ସେମାନଙ୍କୁ ଚିକିତ୍ସାର କରିବା ପାଇଁ ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ଅଧିକ ସଚେତନ କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: