1. Big News : ଐତିହ୍ୟ ସମ୍ପନ୍ନ ଧବଳେଶ୍ଵର ପୀଠରେ ପ୍ରବଳ ଜନ ସମାଗମ, ସମ୍ରାଟ ଅଶୋକ ଙ୍କ ରହିଛି କୀର୍ତ୍ତି

0
79
ଐତିହ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୮/୦୮) : ଓଡ଼ିଶା ର ବଲାଙ୍ଗିର ଜିଲ୍ଲା ର ଐତିହ୍ୟ ସମ୍ପନ୍ନ ଗୁମ୍ଫା ରେ ପ୍ରଭୁ ଧବଳେଶ୍ଵର ପୀଠ ରେ ହଜାର, ହଜାର ବୋଲବମ୍ ଭକ୍ତ ଙ୍କ ସମାଗମ ଘଟିଛି ।

ଐତିହ୍ୟ ସମ୍ପନ୍ନ ଧବଳେଶ୍ଵର ପୀଠରେ ପ୍ରବଳ ଜନ ସମାଗମ, ସମ୍ରାଟ ଅଶୋକ ଙ୍କ ରହିଛି କୀର୍ତ୍ତି : ପ୍ରକାଶ ଯେ, ସମ୍ରାଟ ଅଶୋକ ଅତୀତ ରେ ଟିଟିଲାଗଡ ନିକଟସ୍ଥ ଘୋଡ଼ାର ଗ୍ରାମ କୁ ଘୋଡ଼ା ଶାଳ କରିଥିବା ବେଳେ ସିହିନୀ କୁ ସନ୍ୟ ଛାଉଣୀ କରି ରହିଥିବା ଯୋଗୁଁ ଏହି ଧବଳେଶ୍ଵର ପୀଠ ର ସ୍ଵତନ୍ତ୍ରତା ରହିଛି । ସେହିପରି ଉଚ୍ଚତା ରେ ଏହି ବାବା ଧବଳେଶ୍ଵର ପୀଠରେ ଥିବା ଲିଙ୍ଗ ଶ୍ରେଷ୍ଟ ବୋଲି ଏହି ପୀଠ ର ଆକର୍ଷଣ ରହିଛି । ଏହି ଶେଷ ସୋମବାର ଦିନ ପ୍ରବଳ ଭକ୍ତ ସମାଗମ ଘଟି ଭକ୍ତ ଙ୍କ ଲମ୍ବା ଧାଡ଼ି ଲାଗି ରହିଥିବା ଦେଖାଯାଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ପଡୋଶୀ ଛତିଶଗଡ ସହ ଅନ୍ୟ ରାଜ୍ୟ ର ଭକ୍ତ ଙ୍କ ସମାଗମ ଘଟିଛି ।