Thursday, October 29, 2020
Home Government News ଗଙ୍ଗାଧର ମେହେର ଜଳ ସେଚନ ଏକ ମରିଚିକା: ନିର୍ବାଚନ ସମୟରେ ନବୀନ ବାବୁ ମନେ ପକାନ୍ତି

ଗଙ୍ଗାଧର ମେହେର ଜଳ ସେଚନ ଏକ ମରିଚିକା: ନିର୍ବାଚନ ସମୟରେ ନବୀନ ବାବୁ ମନେ ପକାନ୍ତି

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧୩୵ ୮୵୨୦): ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚମକା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ ।

ନିର୍ବାଚନ ସମୟରେ କେବଳ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ଙ୍କୁ ମନେ ପକାନ୍ତି ବୋଲି ପଦ୍ମପୁର ର ପୂର୍ବତନ ବିଧାୟକ ତଥା ବିଜେପି ଓଡିଶା କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଏକ ପ୍ରେସ୍ ଇସ୍ତାହାର ରେ ପ୍ରକାଶ କରିଛନ୍ତି । ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ବିଧାୟକ ସ୍ବର୍ଗତ ସୁବଳ ସାହୁ ଦେହାନ୍ତ ପରେ ଗତ ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ଉପ ନିର୍ବାଚନ ରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ତର ବରିଆ ଗତ ୨୩ ୵ ୧୦ ୵ ୨୦୨୭ ବର୍ଷ ରେ କ୍ଯାବିନେଟ ମିଟିଙ୍ଗ ରେ ” ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ” କୁ ଅନୁମୋଦିତ କରି ଏଥି ପାଇଁ ୧୩୪୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଥିଲା । ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ଯ ଧାର୍ଯ୍ୟ ରଖି ୨୦୧୮ – ୧୯ ରାଜ୍ୟ ବଜେଟ୍ ରେ ୨ଶହ କୋଟି ଓ ୨୦୧୯ – ୨୦ ରାଜ୍ୟ ବଜେଟ୍ ରେ ୧ ଶହ କୋଟି ର ବ୍ଯବସ୍ଥା ସରକାର କରିଥିଲେ ।

ବିଜେପୁର ଠାରେ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥାପନ କରି ୭ ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଥିଲା । ୩ ବର୍ଷ ଭିତରେ ୩ ଶହ କୋଟି ରୁ ୩ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା ନାହିଁ ଓ ବିଜେପୁର ରେ ସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ତାଳା ପଡିଲା । ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ନଗର ପାଳିକା ନିର୍ବାଚନ ସମୟରେ ପୁଣି ଥରେ ବିଜେପୁର ଭୋଟର ମାନଙ୍କୁ ଚକମା ଦେବା ପାଇଁ ନବୀନ ବାବୁ ଏ ନୁଆ ରୁପ ଦେଖାଉଛନ୍ତି ବୋଲି ଶ୍ରୀ ପୁରୋହିତ ମତ ଦେଇଛନ୍ତି । ବିଜୁ ଜନତା ଦଳ ଭୋଟରଙ୍କୁ ପ୍ରଭାବିତ କରିବାର ଏ ବହୁରୂପୀ ଚରିତ୍ରକୁ ଓଡିଶା ବାସୀ ଠିକ୍ ଭାବେ ବୁଝି ସାରିଲେଣି । ୨୦୧୮ ମସିହା ଉପ ନିର୍ବାଚନ ସମୟରେ ପରେ ୨ଟି ନିର୍ବାଚନ ବେଳେ ବିଜେପୁର ର ବିକାଶ ର ଦାୟିତ୍ବ ମୋର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ, ଗତ ୩ ବର୍ଷ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀର କଣ କଣ ବିକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦେବାର ସମୟ ଆସିଛି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: