Friday, March 29, 2024

Top 5 This Week

Related Posts

1. Big News : ବିଶିଷ୍ଠ ନେତା ଙ୍କ ପରଲୋକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୮) : କାଶୀନଗର ତଥା ଗଜପତି ଜିଲ୍ଲା ର ଜଣେ ବିଶିଷ୍ଠ ଟାଣୁଆ ବିଜେପି ନେତାଙ୍କ ଆଜି ସକାଳେ ହୃଦଘାତ ରେ ବିୟୋଗ ହୋଇଯାଇଛି

ବିଶିଷ୍ଠ ନେତା ଙ୍କ ପରଲୋକ : ଗଜପତି ଜିଲ୍ଲା ର ଜଣେ କଂଗ୍ରେସ ବିରୋଧୀ ନେତା ତଥା ସ୍ବର୍ଗତ ବିଜୁ ବାବୁ ଙ୍କ ଏକାନ୍ତ ଅନୁଗତ କାଶୀନଗର ବସ ଷ୍ଟାଣ୍ଡ ଇଲାକାର ଜଣେ ଟାଣୁଆ ନେତା ଶ୍ରୀ କରିକାନା ମୁକୁନ୍ଦ ରାଓ ବଙ୍କ ଆଜି ସକାଳୁ ହୃଦଘାତ ରେ ବିୟୋଗ ଘଟିଛି । ସେ ୨୫ ବର୍ଷ ବୟସ ରୁ ରାଜନୀତି କରି କାଶୀନଗର ଏନଏସି ରେ କାଉନ ସିଲେର, ଉପାଧ୍ୟକ୍ଷ୍ୟ, ବିଜେପି ଜିଲ୍ଲା ଉପ ସଭାପତି, ସାଂସଦ ପ୍ରତିନିଧି ଭାବେ ସଠିକ ଢଙ୍ଗ ରେ ରାଜନୀତି କରି ଆସୁଥିଲେ ।

ତାଙ୍କ ବିୟୋଗ ରେ ବିଧାୟକ ଶ୍ରୀ କୋଦୂରୁ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ହାଇଟେକ ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ଏନ ଏ ସି ଅଧ୍ୟାକ୍ଷା ଶ୍ରୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ମୃତ୍ୟୁ ରେ ସମ ବେଦନା ଜଣାଇ ବସ ଷ୍ଟାଣ୍ଡ ଅଞ୍ଚଳ ରେ ଦୋକାନ ବଜାର ବନ୍ଦ କରାଯିବାକୁ ନିଷ୍ପତି ହୋଇଛି । ଶ୍ରୀ ମୁକୁନ୍ଦ ରାଓ ଙ୍କ ବିୟୋଗ ରେ ଅତ୍ୟନ୍ତ ମ୍ରିୟମାଣ ହୋଇ ଜଗଦୀଶ ପାଣିଗ୍ରାହୀ, ଜଗଦୀଶ ପାତ୍ର, ନଳିନୀ କାନ୍ଥ ପାତ୍ର, ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Popular Articles