Thursday, October 1, 2020
Home District News କରୋନା ସଚେତନତା ରଥ ପରିକ୍ରମା ଆରମ୍ଭ, ଆଗଲପୁର

କରୋନା ସଚେତନତା ରଥ ପରିକ୍ରମା ଆରମ୍ଭ, ଆଗଲପୁର

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୧୩/୮): ମହାମାରୀ କରୋନା ଯୋଗୁ ବଲାଙ୍ଗୀର, ବରଗଡ ଓ ନୂଆପଡ଼ା ଜିଲାର ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନ ଜୀବିକା ହରାଇଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାର ହାସଲ କରି ସୁରକ୍ଷିତ ରହି ପାରିବେ । ସେ ନେଇ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଛି କରୋନା ସଚେତନତା ରଥ ।

This slideshow requires JavaScript.

ଲୋଇସିଂହା ଥାନା ଆଗଲପୁର ବ୍ଲକରୁ ଏହି ରଥ ପରିକ୍ରମା ଆରମ୍ଭ ହୋଇଛି । ଆଗଲପୁର ବିଡିଓ ଭୂବନ ଶତପଥୀ ଓ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି ସଫଲତା କାମନା କରିଥିଲେ । ଆଗଲପୁର ବ୍ଲକ୍ ଏଡ.ଏଟ ଏକ୍ସନର ସହାୟତା ଓ ନଅଗାଁ(ଖ) ପଲ୍ଲୀ ଆଲୋକ ପାଠାଗାର ଉଦ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ କରୋନା ସଚେତନତା ରଥ ବାହାରିଛି । ବିଭିନ୍ନ ରାଜ୍ୟରୁ ବଲାଙ୍ଗୀର, ବରଗଡ ଓ ନୂଆପଡା ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକ ମାନେ ଏଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାରକ୍ଷମ ହୋଇ ପରିବାର ଚଲାଇବା ସହିତ ଘରୋଇ ହିଂସାରୁ ମୁକ୍ତ ହୋଇ ସରକାରଙ୍କ ଦ୍ୱାରା କରାଯାଉଥିବା କାମରେ ଅଂଶୀଦାର ହୋଇପାରିବେ ସେ ଦିଗରେ ପ୍ରବାସୀ ଶ୍ରମିକମାନଙ୍କୁ ଉକ୍ତ ରଥ ସଚେତନତା ସୃଷ୍ଟି କରିବ । ରାଜ୍ୟ ବାହାରେ କେତେ ପ୍ରବାସୀ ଶ୍ରମିକ ଅଛନ୍ତି ଓ ଫେରିଛନ୍ତି ତାହାର ତଥ୍ୟ ମଧ୍ୟ ସଂଗ୍ରହ ଏହି ରଥ ଜରିଆରେ କରାଯିବ । ସରକାରୀ ଯୋଜନା ସହିତ ଯୋଡିବା ପାଇଁ ପଶ୍ଚିମ ଓଡିଶାର ଲକ୍ଷାଧିକ ଶ୍ରମିକ ମାନଙ୍କ ସକାଶେ ଏହି ସଚେତନତା ରଥ ଜରିଆରେ ପ୍ରୟାସ କରାଯାଉଥିବା ପ୍ରକାଶ କରିଛନ୍ତି ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: