Thursday, October 1, 2020
Home Accidental Death ବାଇକ ଦୁର୍ଘଟଣାରେ ନ୍ୟୁଜ-୭ କ୍ୟାମେରାମ୍ୟାନ ଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ନ୍ୟୁଜ-୭ କ୍ୟାମେରାମ୍ୟାନ ଙ୍କ ମୃତ୍ୟୁ

ରିପୋର୍ଟ: ଜଗଦୀଶ ଦାସ //
କନ୍ଧମାଳ (୧୩/୦୮): କନ୍ଧମାଳ ଜିଲ୍ଲା ନ୍ୟୁଜ-୭ କ୍ୟାମେରାମେନ ରାଜୁ ନାୟକଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି | ଖଜୁରୀପଡ଼ା ଥାନା ସମରଡେଗା ଗାଁ ନିକଟରେ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାଯାଇଛି |

ଘଟଣା ସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ମୃତ କ୍ୟାମେରାମେନଙ୍କ ଶବ ଉଦ୍ଧାର କରିବା ସହିତ ଏ ବାବଦରେ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛନ୍ତି | ସୂଚନା ଅନୁସାରେ ସେ କୌଣସି କାମରେ ଆଜି ପେନାବାଲି ଗ୍ରାମକୁ ଯାଇ ଅପରାହ୍ନ ସମୟରେ ଫୁଲବାଣୀ ଫେରୁଥିବା ବେଳେ ସମରଡ଼େଗାରେ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ସେ ଜଣେ ପ୍ରତିଭାବାନ ଯୁବ କେମେରାମେନ ସହ ଅମାୟିକ ଓ ମିଷ୍ଟଭାଷୀ ଵ୍ୟକ୍ତିତ୍ବ ଥିଲେ | ତାଙ୍କରି ବିୟୋଗରେ କନ୍ଧମାଳ ଜ଼ିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: