1. Big News : ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
88
ଚନ୍ଦ୍ରପୁର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୦୮) : ଚନ୍ଦ୍ରପୁର ବ୍ଲକର ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଜି ସୋମବାର ଦିନ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି lWhatsApp Image 2023 08 28 at 19.28.13 1. Big News : ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ : ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଶିବିରରେ ଏହି ଅଂଚଳରୁ 45 ଗୋଟି ଅଭିଯୋଗ ପାଞ୍ଜକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ୨୩ ଟି ଓ ଗୋଷ୍ଠୀଗତ ୨୨ ଟି ଅଭିଯୋଗ ହସ୍ତଗତ ହୋଇଛି l ସେଥି ମଧ୍ୟ୍ୟରେ, ଜମି ଜମା, ସଂକ୍ରlତୀୟ, ପାନୀୟ ଜଳ,ବିଦୂତ, ରାସ୍ତା ଘାଟ, ଇନ୍ଦିରା ଆବାସ, ଶିକ୍ଷା, ଉନୟନ ମୂଳକ ସମ୍ପର୍କରେ ବହୁ ଅଭିଯୋଗ ଆସିଥିବା ଜଣା ପଡିଛି l

ଜିଲ୍ଲା ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ଜିଲ୍ଲା ଏଡିସନାଲ ଏସପି, ବିଷ୍ଣୁ ପାତ୍ର, ସିଡ଼ିଏମଓ, ଡାକ୍ତର ଲାଲ ମୋହନ ରାଉତ ରାଏ, ମୁନିଗୁଡା ବନାଞ୍ଚଳ ଅଧିକାରୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୈନ କିମ୍ଵାକା, ବିଡ଼ିଓ ଅକ୍ଷୟ କୁମାର ମଲିକ, ତହସିଲଦାର ଅଶୋକ ତ୍ରିପାଠୀ, ସମେତ ମୃତିକା ସାରଙକ୍ଷଣ, ଗ୍ରାମ୍ୟ ଉନୟନ, ଜଳ ଯୋଗାଣ, ଶିକ୍ଷା, ଉଦ୍ୟାନ, ମସ୍ୟ, ପଶୁସାମ୍ପଦ, ଭଳି ପ୍ରମୁଖ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l