Thursday, October 1, 2020
Home Corona UPDATE ବରୀ ରେ ସ୍ୱାସ୍ଥ୍ୟ ବିଭାଗ କୁ ଛୁଇଁଲା କରୋନା

ବରୀ ରେ ସ୍ୱାସ୍ଥ୍ୟ ବିଭାଗ କୁ ଛୁଇଁଲା କରୋନା

ରିପୋର୍ଟ: ସତ୍ୟଜିତ ବାରିକ //
ଯାଜପୁର (୧୨/୦୮): ମହାମାରୀ କରୋନା ସାରା ବିଶ୍ବ ରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ବରୀ ରେ ଆଜି ପ୍ରଥମ କରି ସ୍ବାସ୍ଥ୍ୟ ବିଭାଗ ର ଜଣେ ଆଶାକର୍ମୀ ଙ୍କ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ଆଜି ବାଲିଆ ସ୍ଥିତ ସରକାରୀ ବିଦ୍ୟାଳୟ ରେ ହୋଇଥିବା କେନ୍ଦ୍ର ରେ ବରୀ ବ୍ଲକ ର ୨୩୧ ଜଣ ଆଶାକର୍ମୀ ଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଜଣ ଆଶାକର୍ମୀ ଙ୍କ କରୋନା ପଜେଟିଭ୍ ଥିବା ଜଣା ପଡ଼ିଛି। ସରକାର ଙ୍କ ନୂଆ କୋଭିଡ୍ ନିୟମ ଅନୁସାରେ ଲକ୍ଷଣ ଦେଖା ଯାଉନଥିବା ଆକ୍ରାନ୍ତ ଙ୍କୁ କୋଭିଡ୍ କେୟାର ହସ୍ପିଟାଲକୁ ନିଆ ନଯାଇ ଗ୍ରାମ ପଞ୍ଚାୟତ ହୋଇଥିବା ସଂଗରୋଧ କେନ୍ଦ୍ର ରେ ରହିବାକୁ ଥିଲା ବେଳେ ଉକ୍ତ ଆଶା କର୍ମୀ ଜଣଙ୍କୁ ବାଲିଆ ସରକାରୀ ସଂଗରୋଧା ରେ ରଖାଯାଇଥିବା ସୂଚନା ମିଳିଛି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: