Thursday, October 1, 2020
Home District News ସୁପରଭାଇଜରଙ୍କ ବଦଳି ନେଇ ଅସନ୍ତୋଷ

ସୁପରଭାଇଜରଙ୍କ ବଦଳି ନେଇ ଅସନ୍ତୋଷ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୧୨/୦୮): ବଲାଙ୍ଗୀର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିନ ଲୋଇସିଂହା ସମନ୍ବିତ ଶିଶୁ ବିଭାଗ ପ୍ରକଳ୍ପରେ କାର୍ଯ୍ୟରତ ସୁପରଭାଇଜର ମାନଙ୍କ ବଦଳି ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

କୋଭିଡ କଟକଣା ସମୟରେ ଏଭଳି ବଦଳି ଯୋଗୁଁ ଅନିୟମିତତାର ହୋଇଥିବା ଅଭିଯୋଗ ହେଉଛି । ସୂଚନା ମତେ, ଲୋଇସିଂହା ଆଇସିଡିଏସ ର ୯ ଟି ସେକ୍ଟରରେ ୭ ଜଣ ପ୍ରମୋଟିଭ ଓ ଦୁଇଜଣ ନିୟମିତ ସୁପର ଭାଇଜର ଙ୍କୁ ମିଶାଇ ମୋଟ ୯ ଜଣ ସୁପର ଭାଇଜର କାର୍ଯ୍ୟରତ । କୌଣସି କଣ୍ଟ୍ରାକ୍ଟଚୁଏଲ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହେବା ପାଇଁ ବାରଣ ଥିବାବେଳେ ଜିଲ୍ଲାପାଳଙ୍କ ଆଦେଶ ନଂ -୧୨୭୫/ତା.୦୭/୦୮/୨୦୨୦ ଅନୁସାରେ ଏଠାରେ କାର୍ଯ୍ୟରତ ସୁପରଭାଇଜରଙ୍କୁ ବଦଳି କରାଯାଇଛି । ବିଭାଗୀୟ ବିରୋଧ ଯୋଗୁଁ ବଦଳି ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କର ଡେପୁଟେସନ ବାତିଲ ହୋଇଥିବା ବେଳେ ଆଉ ଜଣେ ଅସୁସ୍ଥତା ହେତୁ ନିୟମିତ ବ୍ୟବଧାନରେ ଛୁଟିରେ ରହୁଥିବା ଯୋଗୁଁ ଏଠାକାର କାର୍ଯ୍ୟ ଏକରକମ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ଜନୈକା ସୁପର ଭାଇଜର କୃଷ୍ଣକୁମାରି ମେହେରଙ୍କ ଜାଗାରେ ଭୁବନେଶ୍ୱର ରୁ ଏଠାକୁ ଜଣକୁ ବଦଳି ହୋଇଛି । ସମ୍ପୃକ୍ତ ସୁପରଭାଇଜର ଜଣକ ଏଠାରେ ଯୋଗ ନ ଦେଇ ଭୁବନେଶ୍ୱର ରେ କାମ କରୁଥିବା ବେଳେ ଲୋଇସିଂହା ଠାରୁ ଦରମା ନେବା ଥୟ ବୋଲି ଜଣାପଡିଛି । ଫଳରେ ଲୋଇସିଂହା ଆଇସିଡିଏସ ଅଧିନ ୧୮୫ ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୦୯ ଟି କେନ୍ଦ୍ରର ୮୫୮ ଜଣ ଗର୍ଭବତୀ ତଥା ୭୪୯ ଜଣ ପ୍ରସୂତୀ ମହିଳା ଏବଂ ପ୍ରାୟ ୮୨୯୫ ଜଣ ଉପକୃତ ଶିଶୁ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବଦଳି ବାତିଲ କରିବା ଦିଗରେ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: