1. Big News : ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

0
70
ଘରୋଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୮/୦୮) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ କପିଳେଶ୍ୱର ପଡ଼ିଆରେ ଥିବା ଏକ ଆଦିବାସୀ ସଂପ୍ରଦାୟର ଜଣେ ଯୁବକ ଘରୋଇ କଳିରୁ ଆତ୍ମହତ୍ୟା କରିଥିବାରୁ ଯୁବକଙ୍କ ମୃତ୍ୟୁ ଘଟିଛି ।

ଘରୋଇ କଳିରୁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ : ମୃତକ ହେଲେ ଆଦିବାସୀ ସଂପ୍ରଦାୟର ଜଗା ପ୍ରଧାନ। ମୃତଦେହ ଏକ ଆମ୍ବଗଛରେ ଝୁଲୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜବତ କରିଛି । ମୃତକଙ୍କ ସ୍ତ୍ରୀ ଆମ୍ବଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ମୃତଦେହଟିକୁ ଗଛରୁ ଓହ୍ଲାଇ ପରିବାର ଲୋକେ ପୋଡ଼ିବା ପାଇଁ ନେବା ସମୟରେ ସ୍ଥାନୀୟ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି । ଜଗା ପ୍ରଧାନ ତାର ପରିବାର ଧରି କପିଳେଶ୍ୱର ପଡ଼ିଆରେ ବହୁ ଦିନରୁ ରହିଆସୁଥିଲେ ।

କୌଣସି କାରଣରୁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା । ଶେଷରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ପୋଲିସ ଆଗରେ କହିଛନ୍ତି । ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।