1. Big News : ଘାସ ବାଛୁଥିବା ସମୟରେ କାମୁଡିଥିଲା ବିଷଧର ସାପ

0
62
ଘାସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୮/୦୮) : ଘାସ ବାଛୁଥିବା ସମୟରେ କାମୁଡିଥିଲା ବିଷଧର ସାପ : ବିଲରେ କାମ କରୁଥିବା ବେଳେ ସର୍ପାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ଗଣେଶ୍ୱର ପଣ୍ଡା (୪୪)। ଆଜି ସକାଳ ପ୍ରାୟ ୧୧ ଟା ସମୟରେ ଗଣେଶ୍ୱର ନିଜ ଧାନ ବିଲରେ ଘାସ ବାଛୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିବାରୁ ପରିବାର ଲୋକ ତୁରନ୍ତ ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ଆଠଗଡ଼ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।