Thursday, March 28, 2024

Top 5 This Week

Related Posts

1. Big News : ନିଖିଳ ଓଡିଶା ସ୍କିମ୍ ୱ।ର୍କରସ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୮/୮) : ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ସଂଘ Mid Day Meal Workers (AICCTU) ତରଫରୁ ନିଖିଳ ଓଡିଶା ସ୍କିମ୍ ୱ।ର୍କରସ ମାନଙ୍କ ବିଭିନ୍ନ ସମସ୍ୟା ନେଇ ୨୭ ତାରିଖରେ ଭୁବନେଶ୍ଵର ନାଗଭୂଷଣ ଭବନ ଠାରେ ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 08 28 at 09.23.58 1 1. Big News : ନିଖିଳ ଓଡିଶା ସ୍କିମ୍ ୱ।ର୍କରସ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ନିଖିଳ ଓଡିଶା ସ୍କିମ୍ ୱ।ର୍କରସ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଥମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ : ଉକ୍ତ ସମ୍ମିଳନୀରେ ସଭାପତି ମଣ୍ଡଳୀରେ ମହେନ୍ଦ୍ର ପରିଡା, ସବିତା ବରଜ, ମୁନି ଶବର, ମୁକ୍ତା ଶବର, ମାନବ ଅଧିକାର କର୍ମୀ ରଞ୍ଜନା ପାଢୀ, ବନିତା ମହାରଣା, ତ୍ରିପତି ଗମାଙ୍ଗ ଉପସ୍ଥିତ ଥିଲେ । ସମ୍ମିଳନୀରେ ସି ପି ଆଇ (ଏମଏଲ) ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଉଦଘାଟନ ଭାଷଣ ଦେଇଥିଲେ । ଓଡିଶାରେ ନିଖିଳ ଓଡିଶା ସ୍କିମ୍ ଫେଡେରେସନ ସମ୍ମିଳନୀ କକ୍ଷରେ ୧୭ ଜଣଙ୍କୁ ନେଇ ରାଜ୍ୟ କମିଟି ଗଠନ କରାଯାଇଛି । ସବିତା ବରଜ ଙ୍କୁ (ସଭାପତି), ମୁକ୍ତା ଶବର ଙ୍କୁ (ଉପସଭାପତି), ମୁନି ଶବର ଙ୍କୁ ସମ୍ପାଦକ ଓ ଲଳିତା ଶବର ଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି ।

ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥା କୁ ଦେବା ବନ୍ଦ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ , ପାଚିକା ଓ ସହାୟିକା ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରିବା, ପାଚିକା ଓ ସହାୟକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ବେତନ ପ୍ରଦାନ, ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ରେ ସାମିଲ କରିବା , ପାଚିକା ଓ ସହାୟକ ମାନଙ୍କୁ ବର୍ଷ କୁ ଦୁଇ ଗୋଟି ସୁତା ଲୁଗା ସହ ପାଚିକା ମାନଙ୍କୁ ଛୁଟି ଓ ଅବସର କାଳୀନ ବାଦ ପଡିଥିବା ପାଚିକା ମାନଙ୍କୁ ଭତ୍ତା ପ୍ରଦାନ ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି ପାଇଁ ବ୍ୟବସ୍ଥା କରିବା, ନୁତନ ଶିକ୍ଷା ୨୦୨୦ କୁ ବାତିଲ୍ କରିବା, ନୁତନ ଭାବେ ନିଯୁକ୍ତି ପାଉଥିବା ପାତିକା ମାନଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବା ସହ ୨୦୦୯ ଡିସେମ୍ବର ରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରୁଥିବା ସମସ୍ତ ପାଚିକା ଓ ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରିବା ସହ ସମସ୍ତ ସୁବିଧା ପ୍ରଦାନ ନେଇ ଦାବି କରାଯାଇଛି ।

Popular Articles