Friday, March 29, 2024

Top 5 This Week

Related Posts

1. Big News : ଟାଟା ପାୱାର ଅଧିକାରୀ ଗିରଫ, ଡୁପ୍ଲିକେଟ୍ ବିଲ୍‌ ଦେଇ ହଡ଼ପ କରିଛନ୍ତି ୧୫ ଲକ୍ଷ ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୬/୦୮) : ବାଲେଶ୍ୱର ସଦର ଥାନା ସାରଗାଁରେ ଟାଟା ପାୱାରରେ ସେକ୍‌ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି ।

ସେ ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଅରୁଣ କୁମାର ଜେନା ୨୫ ରୁ ଅଧିକ ଗ୍ରାହକଙ୍କୁ ବକେୟା ବିଲ୍ ବାବଦରେ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । ଏହି ଟଙ୍କାକୁ ସେ ନିଜେ ହଡ଼ପ କରିଥିଲେ । ଏ ସଂପର୍କରେ ଜଣାପଡ଼ିବା ପରେ ଟାଟା ପାୱାରର ବାଲେଶ୍ୱର ସେକ୍‌ସନ୍‌ର ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଆଜି ଅଜୟ କୁମାର ଜେନାଙ୍କୁ ଆଇଟିଆଇ ଅଞ୍ଚଳରେ ଥିବା ତାଙ୍କ ଘରୁ ଗିରଫ କରିଛି ।

Popular Articles