Friday, March 29, 2024

Top 5 This Week

Related Posts

1. Best News : ଜାତୀୟ ପୁରସ୍କାର ପାଇଲା ପରେ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”କୁ ଶୁଭେଚ୍ଛା ର ସୁଅ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୬/୦୮) : ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲ ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”

ଜାତୀୟ ପୁରସ୍କାର ପାଇଲା ପରେ ଓଡିଆ ଚଳଚ୍ଚିତ୍ର “ପ୍ରତୀକ୍ଷା”କୁ ଶୁଭେଚ୍ଛା ର ସୁଅ : ଏତେବଡ ଖୁସି ଖବର ପାଇଲା ପରେ ପ୍ରତୀକ୍ଷା ଟିମ୍ କୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକ ଙ୍କ ସହିତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ଦିପନ୍ୱିତ ଦାସ ମହାପାତ୍ର ଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ପ୍ରତୀକ୍ଷା ଏକ ମୌଳିକ ମଧ୍ୟବିତ୍ତ ଓଡ଼ିଆ ପରିବାର ର କାହାଣୀ କୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଦ୍ୱାରା ନିର୍ମିତ ହୋଇଥିଲା ଚଳଚ୍ଚିତ୍ର “ପ୍ରତୀକ୍ଷା” ।

ଯାହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଥିଲେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ ।ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଗୌରହରୀ ଦାସ ଙ୍କ କ୍ଷୁଦ୍ର ଗଳ୍ପ ବାପା କୁ ଖୁବ ସୁନ୍ଦର ଭାବେ ଏକ ପାରିବାରିକ ଚିତ୍ରନାଟ୍ୟ ର ରୂପ ଦେଇ ଦେଶ ବିଦେଶ ରେ ବେଶ ପ୍ରଶଂସା ସାଉଁଟିବା ସହିତ ଅନେକ ପୁରସ୍କୃତ ହୋଇଛି ଚଳଚ୍ଚିତ୍ର ପ୍ରତୀକ୍ଷା । ଖୁବ ସୁନ୍ଦର ସଂଳାପ ଲେଖି ଯିଏ ଦର୍ଶକ ଙ୍କ ଆଖି ଛଳ ଛଳ କରିଥିଲେ ସେ ଯୁବ ତଥା ନବାଗତ ସଂଳାପକାର ରୋଶନ ବିଶୋୟୀ, ଚିତ୍ରତ୍ତୋଲନ କରିଥିଲେ ଯୁବ ଦୀପକ କୁମାର ।

ସଙ୍ଗୀତ ରେ ଗୀତ ଗୁଡିକୁ ସଜେଇଥିଲେ ନବାଗତ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ ଏବଂ ବିଭାଷ ରଥ । ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର ଏବଂ ବର୍ଷା ପଟ୍ଟନାୟକ ଙ୍କ ବଳିଷ୍ଠ ଅଭିନୟ ରେ ଦର୍ଶକ ବାନ୍ଧି ହୋଇଥିଲେ । ଦୀର୍ଘ ବର୍ଷ ପରେ ପ୍ରତୀକ୍ଷା ଚଳଚ୍ଚିତ୍ର ଜରିଆରେ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ ଦର୍ଶକ । ତେବେ ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲ ରେ ପ୍ରତୀକ୍ଷା ପୁରସ୍କୃତ ହୋଇଥିବା ଖବର ନିଶ୍ଚିତ ଭାବେ ଓଡ଼ିଆ ଙ୍କ ପାଇଁ ଗର୍ବ ର ବିଷୟ ।

Popular Articles