Friday, March 29, 2024

Top 5 This Week

Related Posts

1. Big News : ଶିଶୁସୁରକ୍ଷା ବିଶେଷଜ୍ଞ କମିଟି ର ସୋନପୁର ଉପକାରାଗାର ପରିଦର୍ଶନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୫/୮) : ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ଵାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁସୁରକ୍ଷା)ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନି ମୁଦୁଲି ଙ୍କ ତତ୍ତ୍ଵାବଧାନରେ କମିଟି ର ପ୍ରଫେସର୍ ନିଲାମ୍ୱର ଶତପଥୀ, ଅବକାଶ ମିଶ୍ର ଓ ରାଜୀବ ଲୋଚନ ଗୁରୁ ପ୍ରମୁଖ ଉକ୍ତ କାରାଗାର କୁ ପରିଦର୍ଶନ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁ କାରାଗାର ର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ଵନ୍ଦ ରେ ଥିବା ଶିଶୁ ଚିହ୍ନଟ କରିଥିଲେ । କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ପାଇ ନ ଥିଲେ । ଉକ୍ତ ପରିଦର୍ଶନ ସମୟରେ ଉପକାରାଗାର ର ଅଧ୍ୟକ୍ଷ ଡିଲେଶ୍ୱର ଜେନା ସହଯୋଗ କରିଥିଲେ ।

Popular Articles