Thursday, October 1, 2020
Home District News ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା ଦୈନିକ ମଜୁରୀ କରି ପେଟ ପାଟଣା ଚଲାଉଥିବା ପରିବାର ଙ୍କ ସମସ୍ୟା ଉତ୍କଟ ହୋଇଛି ।

ଏଭଲି ସ୍ଥିତି ରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତ ର ଡୁଙ୍ଗୁରୀପାଲି ଗ୍ରାମର ୩୦ଟି ପରିବାର କୁ ଯେଉଁ ମାନେ ଗତ ୨ ବର୍ଷ ତଳେ ବିପିଏଲ ବିଦ୍ଯୁତ ସଂଯୋଗ ପାଇଥିଲେ । ପ୍ରତି ପରିବାର ଠାରୁ ୫ ହଜାର ଟଙ୍କା ଲେଖାଏଁ ବିଦ୍ଯୁତ ବିଲ ଦେବାକୁ କହି ଏ ପରିବାର ର ବିଦ୍ଯୁତ ସଂଯୋଗ କୁ ପାଇକମାଲ ୱେସକୋ( ବିଦ୍ଯୁତ ) ବିଭାଗ କାଟି ଦେଇଛି । ଦେୟ ବାବଦରେ ଆଗରୁ କୌଣସି ନୋଟିସ ନ ଦେଇ ହଠାତ୍ ଗତ ତା ୪ ୵ ୮ ରିଖ ଦିନ ୱେସକୋ ଲାଇନ୍ ମେନ ଏ ସମସ୍ତ ଘରର ବିଦ୍ଯୁତ ସଂଯୋଗ କାଟି ଦେଲେ । ବିପିଏଲ ଆଧାରରେ ବିଦ୍ଯୁତ ସଂଯୋଗ ପାଇଁ ଥିବା ଏହି ୩୦ ଟି ପରିବାର ପ୍ରାୟ ସମସ୍ତେ ଆଦିବାସୀ ଓ ଦଳିତ ସଂପ୍ରଦାୟ ର ବିପିଏଲ ପରିବାର ଅଟନ୍ତି । ଦୈନିକ ମଜୁରୀ କଲେ ପରିବାର ର ଗୁଜରାଣ ମେଣ୍ଟାଉଥିବା ବେଲେ ଏ କରୋନା ମହାମାରୀ ବେଳେ ବିଦ୍ଯୁତ ସଂଯୋଗ କାଟିଦେବା ଓ ପ୍ରତି ପରିବାର ୫ ହଜାର ଟଙ୍କା ବିଦ୍ଯୁତ ଦେୟ ଦେବାକୁ ତାଗିତ କରିବା ବୋଝ ଉପରେ କରୋନା ମାଡ ସଦୃଶ । ପାଇକମାଲ ୱେସକୋ ଏସଡିଓ ଶ୍ରୀ ପୁରନ୍ଦର ସାହୁ ଙ୍କୁ ଭେଟି ତୁରନ୍ତ ବିଦ୍ଯୁତ ସଂଯୋଗ ନ ଦେଲେ ଆମରଣ ଅନଶନ କରିବା ପାଇଁ ସର୍ବଶ୍ରୀ ରୋହିତ ଧରୁଆ, ତୁଲାରାମ ଛତର,ଭଗବତୀ ବିଭାର,ଲାବଣ୍ଯ ପାଣ୍ତେ,ଯାମା ଭୋଇ ଲିଖିତ ଜଣାଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: