1. Big News : ପେଟ ପାଇଁ ସବୁ ନାଟ

0
54
ପେଟ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୨୫/୮) : ପେଟପାଇଁ ସବୁ ନାଟ, ପେଟ ବଞ୍ଚାଇବାକୁ ଯାଇ ଅପାଠୁଆ ହେଇ ପଡି ରହିଛନ୍ତି ବାଳକ ଓ ବାଳିକା ।WhatsApp Image 2023 08 25 at 11.26.14 1. Big News : ପେଟ ପାଇଁ ସବୁ ନାଟ

ପେଟ ପାଇଁ ସବୁ ନାଟ : ଏଭଲି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ପାଉଛୁ ରାୟଗଡା ଜିଲ୍ଲା ବିଷମକଟକ ବ୍କକ ଡାଲିଆକୁଜି ପଞ୍ଚାୟତର ଦୁଆର ଗୋଡି ଗ୍ରାମ ରେ, ହାଟମୁନିଗୁଡାରୁ ଦୁଆରଗୋଡି ପ୍ରାୟ ତ ୧୫ ରୁ ୨୦ କିମି ଭିତରେ ପଡୁଛି । ହାଟମୁନିଗୁଡାରେ ହୁଏ ସାପ୍ତାହିକ ହାଟ, ଏହି ସାପ୍ତାହିକ ହାଟ ରୁ ଖୁଦ, ଚାଉଳ, ସୁଖୁଆ, କିଣିବାକୁ ଆସିଥାନ୍ତି ଦୁଆର ଗୋଡିରୁ ଡଙ୍ଗରିଆ ଆଦିବାସି । ହେଲେ ଖୁଦ ଚାଉଳ କିଣିବାକୁ ଟଙ୍କା ଦରକାର, କୋଉଠୁ ଆସିବ ଟଙ୍କା, ସେମାନେ ତ ଗରିବ ଶ୍ରେଣି ର ଲୋକ ।

ଏଠି ଡଙ୍ଗରିଆ ଆଧିବାସିଙ୍କ ଜୀବିକା ସାଜିଛି ପାହାଡ, ପାହାଡରେ ଥିବା ସୁଖିଲା ଗଛ କାଟି ବଜାରକୁ ନେଇଁ କାଠ ବିକି ବଂଚୁଛନ୍ତି ଦୁଆର ଗୋଡି ଗ୍ରାମର ବାସିନ୍ଦା । ତେବେ ଏଠି ପ୍ରଶ୍ନ ଉଠୁଛି ନିଅଣ୍ଟ ପଡୁଛି କି ସରକାରଙ୍କ ପିଡିଏସ ଚାଉଳ ? ହଁ ଆଗ୍ୟା, ନିଶ୍ଚୟ ଜଣପିଛା ପାଞ୍ଚ କେଜି ନିଅଣ୍ଟ ପଡୁଛି ବୋଲି ଖୁଦ କିଣି ନେଉଛନ୍ତି ଡଙ୍ଗରିଆ ଆଦିବାସି ।

ଟିକେ ନଜର ପକାନ୍ତୁ ହାଟକୁ କାଠ ବିକି ଯାଉଥିବା ଲୋକଙ୍କ ଉପରେ, ତିନି, ଚାରିଟା, ବାଳକ ଓ ବାଳିକା ଅଛନ୍ତି । କାମ କରିବା ଓଜନ ବୋହିବାକୁ ବୟସ ହୋଇ ନଥିଲେ ମଧ୍ୟ ପରିସ୍ଥିତିରେ ପଡି ୧୦ କିମି ପାହାଡିଆ ପଥୁରିଆ ରାସ୍ତାରେ ଓଜନ ବୋହି କାଠ ବିକିବାକୁ ଯାଉଛନ୍ତି ହାଟକୁ, ପାଠ ସାଠ ଭୁଲି କରୁଛନ୍ତି କଠିନ ପରିଶ୍ରମ, ପେଟ ପାଇଁ ଭୁଲି ଯାଉଛନ୍ତି କୋମଳ ମୟ ଶରୀରର ଯନ୍ତ୍ରଣା ଏଭଲି ଭାବେ ଅଶିଖିତ ଅପାଠୁଆ ହୋଇ ପଡି ରହିଛନ୍ତି ଡାଙ୍ଗରିଆ ଆଦିବାସି ବାଳକ ଓ ବାଳିକା ।