Thursday, October 1, 2020
Home District News ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ ରୁ ଦୁଇ ଆଖି ନଷ୍ଟ । ବହୁ ବାଧା ବିଘ୍ନ ସାମ୍ନାକରି କଷ୍ଟେ ମଷ୍ଟେ ବଡୁ ଟିଏ ହେଲେ ।

ପ୍ରଜାପତି ଘଟସୂତ୍ରରେ ଭଗବାନଙ୍କ ନିର୍ଦେଶାମୁତାବକ ବାହାଟିଏ ମଧ୍ୟ ହୋଇଥିଲେ । ଏଣୁତେଣୁ ତଥା ଭିକ୍ଷାବୄତ୍ତି କରି ପରିବାର ପୋଷଣ କରୁଥିଲେ । ହେଲେ ଦଇଦ ସହିପାରିଲା ନାହିଁ ପକ୍ଷାଘାତରେ ତାଙ୍କ ସ୍ତ୍ରୀ ଶଯ୍ୟାସାଇ । ସରକାରୀ ଦିବ୍ୟାଙ୍ଗ ଭତ୍ତା ଓ କିଛି ଯୋଗାଣ ଚାଉଳ ହିଁ ତାଙ୍କର ଜୀବନ ବଂଚିବାର ରାହା ହୋଇଛି । ହେଲେ କଣ ହେବ ମୁଣ୍ଡ ଗୁଂଜିବାକୁ ଯାଗା ଖଣ୍ଡିଏ ନାହିଁ, ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଦିନ ବିତି ଚାଲିଛି । ରଘୁଙ୍କ ଦୁଃଖ ଶୁଣିବାକୁ କେହିନାହାନ୍ତି, ପଞ୍ଚାୟତରେ ଲୋକପ୍ରତିନିଧି ତଥା ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ । କିଛି ସାହାଯ୍ୟ ପାଇବା ଆଶାନେଇ ଅସହାୟକୁ ସାହାର୍ଯ୍ୟ କରୁଥିବା ପଦ୍ମପୁର ଉପଜିଲ୍ଲାପାଳ ମହୋଦୟଙ୍କ ପାଖକୁ ଆସି ଲିଖିତ ଭାବରେ ତାଙ୍କର ଅସୁବିଧା ବିଷୟରେ ଜଣାଇଛନ୍ତି । ରଘୁ ନାଗ ବ୍ୟକ୍ତିଗତ ଭାବରେ ଉପଜିଲ୍ଲାପାଳଙ୍କୁ ଚେଷ୍ଟା କରିଥିଲେ ହେଁ କରୋନା କଟକଣା ଯୋଗୁଁ ସେ ଉପଜିଲ୍ଲାପାଳଙ୍କ ଅଭିଯୋଗ ବାକ୍ସରେ ନିଜ ଅଭିଯୋଗ ପତ୍ର ଦେଇଛନ୍ତି । ସିଲେଟପାଲିର ଏହି ଦିବ୍ୟାଙ୍ଗ ରଘୁ ନାଗଙ୍କୁ ମୁଣ୍ଡ ଗୁଂଜିବାକୁ ଉପଜିଲ୍ଲାପାଳ ବାସଗୃହଟିଏ ଯେ କୌଣସି ଯୋଜନାରେ ସାମିଲ କରି ଦେବେବୋଲି ଆଶାକରାଯାଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: