Thursday, October 1, 2020
Home District News ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି ।

ପଶ୍ଚିମ ଓଡିଶା କମ୍ୟୁନିଟି ତରଫରୁ ଭବ୍ଲିଆଲ ଭାବରେ ପାଳିତ ଏହି ଜୟନ୍ତୀ ଆପାତତଃ ଆନ୍ତର୍ଜାତୀକ ସ୍ତରରେ ପ୍ରଥମ ୱେବନିଅର ବୋଲି ଜଣାଯାଇଛି । ସଂଧ୍ୟା ୭ଟାରେ ଏବଂ ଭାରତୀୟ ସମୟ ୮.୩୦ ମିନିଟରେ ଜୁମ ୱେବ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଫେସବୁକ ଲାଇଭରେ ପ୍ରସାରିତ ହୋଇଥିଲା । ଦୁବାଇ ସ୍ଥିତ କବି ପ୍ରଶାନ୍ତ ମେହେର ଏବଂ ପ୍ରତୀକ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ବିଶିଷ୍ଟ ଲେଖକ ତଥା ଦହିତା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମିଶ୍ର ଏବଂ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପ୍ରଫେସର ଶୁକମୁନି ମେହେର ଆଲୋଚକ ଭାବରେ ଯୋଗଦାନ କରିଥିଲେ । ସ୍ଵଭାବ କବି ଗଙ୍ଗାଧରଙ୍କ ଆଚରଣ ଓ ଉଚ୍ଚାରଣ, କବିତ୍ଵ ଓ ମାନବତ୍ ମଧ୍ୟରେ ଥିବା ସାମଞ୍ଜସ୍ୟତା, ତାଙ୍କ ଆତ୍ମିକ ଓ ବାହିଂକ ପ୍ରକୃତିର ଏକାଢ଼ତା ତଥା
ମନ୍ତ୍ର ସିଦ୍ଧ ଶାନ୍ଦିକ ପ୍ରୟୋଗ ତାଙ୍କୁ ଜଣେ ବିଶ୍ୱ-ସଂଦଶୀ, ଦାର୍ଶନୀକ ତଥା କାଳଜୟୀ ସୃଷ୍ଠା ଭାବରେ ପ୍ରମାଣିତ କରିଛି ବୋଲି ଅଧ୍ୟାପକ ମିଶ୍ର ତାଙ୍କ ଆଲୋଚନା ମାଧ୍ୟମରେ ମତ ପ୍ରକାଶ କରିଥିଲେ । ସେହିପରି ଭାରତୀୟ ସାହିତ୍ୟର ଏହି ଅନନ୍ୟ ଋଷି କବିଙ୍କ ପ୍ରଚଣ୍ଡ ପ୍ରତୀଭା ପାଇଁ ସେ ସାହିତ୍ୟ ଜଗତରେ ଅମର ରହିଛନ୍ତି । ସଂସାର ଭିତରେ ସନ୍ୟାସୀ, ମାୟାର ପରିଧିରେ ଅମାୟିକ ରହି ନିର୍ବିକାର ଓ ନିର୍ଲିପ୍ତ ମଣିଷ ପଣିଆ ସହିତ ପୂର୍ଣ୍ଣାଙ୍ଗ ସାହିତ୍ୟ ସ୍ବଳନ କରିଛନ୍ତି, ଯାହାକି ସାଂପ୍ରତିକ ସମୟରେ ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ଆଲୋଚକ ଡ.ମେହେର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ସେହିପରି ଦୁବାଇରୁ ମନୋଜ ମେହେର, ପ୍ରିୟଦର୍ଶୀ ପାଣିଗ୍ରାହୀ, ବିଜୟ ତ୍ରିପାଠି, ଅବନି ମେହେର, ସୁବ୍ରତ ବଡପଣ୍ଡା, ଆବୁଧାବୀରୁ ପ୍ରଦୀପ ରଥ, ବାହିନୀ ପ୍ରଭା, ଦୀଲିରୁ ଭବାନୀ ଦୀକ୍ଷିତଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ ତଥା ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ । ଗଙ୍ଗାଧର ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର ପାଇଁ କିଭଳି ଭାବରେ
ଆଗକୁ ବିଭିନ୍ନ ପଦେକ୍ଷପ ଗ୍ରହଣ କରାଯିବ ଏବଂ ତାଙ୍କ ସାହିତ୍ୟକୁ ବିଶ୍ବବ୍ୟାପି ପ୍ରଚାର କରାଯିବ ସେ ସଂକ୍ରାନ୍ତରେ ବିଭିନ୍ନ ପରିକଳ୍ପନା ସହିତ ଏହାର ସଫଳ ରୂପାୟନ ନିମନ୍ତେ ଆଲୋଚନାରେ ଅଂଶ ଗ୍ରହଣ କରି ଆୟୋଜକମାନେ ମତପ୍ରକାଶ କରିଥିଲେ । ଶେଷରେ ଚନ୍ଦ୍ରଶେଖର ଖୁଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: