Best News : 20 ଲିଟର ଦେଶୀ ମଦ ଜବତ , ୧ ଗିରଫ

0
61
20

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୮) : ବିନିକା ଥାନା ଅନ୍ତର୍ଗତ ଅସୁରଗଡ କେନାଲ କେନାଲ ରାସ୍ତାରେ ବିନିକା ଅବକାରୀ ଥାନା ପକ୍ଷରୁ ଆଜି 20 ଲିଟର ଦେଶୀ ମଦ ଜବତ କରାଯାଇଛି ।

20 ଲିଟର ଦେଶୀ ମଦ ଜବତ: ପ୍ରାପ୍ତ ସୂଚନା ମୁତାବକ ବୁଧବାର ସକାଳେ ବାଙ୍କିଘିର୍ଡି ଗ୍ରାମର ଯୋଗେଶ୍ୱର ସେଠି OD 31 8827 ନମ୍ବର ବିଶିଷ୍ଟ ବାଇକ ଯୋଗେ ରାମପୁର-ଅରିଗାଁ କେନାଲ ରାସ୍ତାରେ ବେଆଇନ ଦେଶୀ ମଦ ଆଣୁଥିଲେ । ଖବର ପାଇ ବିନିକା ଅବକାରୀ ଥାନା ପକ୍ଷରୁ କେନାଲ ରାସ୍ତା ର ଅସୁରଗଡ ନିକଟରେ ଅଭିଯୁକ୍ତ ଯୋଗେଶ୍ୱର କୁ ଧରିବା ସହ ୨୦ ଲିଟର ଦେଶୀ ମଦ ଓ ବାଇକ ଜବତ କରିଥିଲେ ।

ଅଭିଯୁକ୍ତ ର କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାକୁ । ଅବକାରୀ ଇନ୍ସପେକ୍ଟର ଗୋବର୍ଦ୍ଧନ ରଣା ଙ୍କ ସହ ଏ ଏସ୍ ଆଇ ଭେଙ୍କଟ ରମଣ ବେହେରା, ଭାଗ୍ୟବାନ କୁମ୍ଭାର, ସୀତାରାମ ପଧାନ ଓ ରିଙ୍କି ସେଠ ସାମିଲ ହୋଇଥିଲେ ।