1. Big News : ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀକୁ ଶାବଳରେ ପିଟି ହତ୍ୟା କଲା ସ୍ୱାମୀ

0
62
ପାରିବାରିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୩/୦୮) : ପାରିବାରିକ କଳହର କରୁଣ ପରିଣତି । ଜଣେ ମହିଳାଙ୍କୁ ତାର ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପାରିବାରିକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଣୀଖମା ନାୟକ ସାହିରେ । ଗତକାଲି ସନ୍ଧ୍ୟାରେ ହାଡୁ ଓ ସୁରବକା ଉଭୟ କାମରୁ ଫେରିଥିଲେ। ପରେ ଘରେ ଟଙ୍କା ଖର୍ଚ୍ଚକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଥିଲା । ହାଡୁ ଉତ୍‌କ୍ଷିପ୍ତ ହୋଇ ଏକ ଶାବଳ ଆଣି ସୁରବକାଙ୍କୁ ପିଟି ହତ୍ୟା କରିଥିଲେ । ସ୍ୱାମୀସ୍ତ୍ରୀ ପାଟି ତୁଣ୍ଡ ଶୁଣି ପଡ଼ୋଶୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସୁରବକା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡ ବ୍ୟବହୃତ ଶାବଳକୁ ଜବତ କରି ଘଟଣାର ତଦନ୍ତ କରୁଛି । ହାଡୁ ଓ ସୁରବକାଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ବୋଲି ଗ୍ରାମବାସୀ କହିଛନ୍ତି ।