1. Best News : ମହୁମାଛି ଆକ୍ରମଣରେ ୧୫ ଆହତ

0
67
ମହୁମାଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୩/୦୮) : ମହୁମାଛି ଆକ୍ରମଣରେ ୧୫ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ଟାଉନସିପ୍ ନର୍ସରୀ ପଛପଟେ ଥିବା ଚକର୍ଲିପୁଟ୍ ଗାଁ’ରେ ।

ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି । ଆଜି ସକାଳେ ଚକର୍ଲିପୁଟ୍ ଗାଁ’ର କିଛି ମହିଳା ଓ ପୁରୁଷ ନିଜ ନିଜର କାମଧନ୍ଦାକୁ ଯାଉଥିଲେ । ଏହି ସମୟରେ ନର୍ସରୀ ରାସ୍ତାରେ ହଠାତ୍ ମହୁମାଛିମାନେ ନିଜ ବସାରୁ ଉଡ଼ିଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଫଳରେ ୧୫ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇଥିଲେ । ଗ୍ରାମବାସୀ ଆହତମାନଙ୍କୁ ହାଲ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ୯ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କ ମଧ୍ୟରୁ ହାଲ୍ ଡାକ୍ତରଖାନାରେ ଜଣେ ମହିଳା ଓ ପୁରୁଷ ଚିକିତ୍ସା ହେଉଥିବା ବେଳେ ୪ ଜଣ ମହିଳା ସୁନାବେଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି ।