1. Best News : କୈନ୍ତରା ଉପ ବଜାର ପ୍ରାଙ୍ଗଣର ପାଚେରୀ ଭାଙ୍ଗିଗଲା

0
69
କୈନ୍ତରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କୈନ୍ତରା ଠାରେ ନିୟନ୍ତ୍ରିତ ବଜାର କମିଟୀ ଡୁଙ୍ଗୁରିପାଲି ଆନୁକୂଲ୍ୟରେ ୨ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଉପବଜାର ପ୍ରାଙ୍ଗଣର ପାଚେରୀ ବର୍ଷାରେ ଭାଙ୍ଗିଯାଇଛି ।

କୈନ୍ତରା ଉପ ବଜାର ପ୍ରାଙ୍ଗଣର ପାଚେରୀ ଭାଙ୍ଗିଲା: ନିମ୍ନମାନର ପାଚେରୀ କାମ ଯୋଗୁଁ ଅତି କମ ଦିନରେ ଭାଙ୍ଗିଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି । ଅଞ୍ଚଳର ଚାଷୀ ମାନଙ୍କ ଉପାର୍ଜିତ ଧାନ ସେବା ସମବାୟ ସମିତି ଜରିଆରେ ବିକ୍ରୟ କରିବା ନିମନ୍ତେ ନିର୍ମାଣ କରଯାଇଥିବା ବଜାର ପ୍ରାଙ୍ଗଣକୁ ତତ୍କାଳୀନ ସୁବର୍ଣ୍ଣପୁର ଜିଲ୍ଲାପାଲ ତଥା ନିୟନ୍ତ୍ରିତ ବଜାର କମିଟୀ ଡୁଙ୍ଗୁରିପାଲି ଅଧ୍ୟକ୍ଷା ଅବୋଲି ସୁନିଲ ନରୱଣେ ତା ୭/୧୨/୨୦୨୨ ରିଖରେ ଉଦଘାଟନ କରିଥିଲେ ।

ହେଲେ ଏହା ନିର୍ମାଣ କରିବାର ୯ ମାସ ମଧ୍ୟରେ ନିମ୍ନମାନର କାମ ଯୋଗୁଁ ପାଚେରୀ ଭାଙ୍ଗି ଯାଇଛି । ଏଣୁ ଚାଷୀ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ଏଥି ପ୍ରତିଦୃଷ୍ଟି ଦେଇ ଚାଷୀର ଧାନ ଅମଲ ପୂର୍ବରୁ ପାଚେରୀ ନିର୍ମାଣ କରିବାକୁ ଚାଷୀ ମହଲରେ ଦାବି ହେଉଛି।