Thursday, October 1, 2020
Home Uncategorized କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ ବ୍ଲକ ସଦର ମହକୁମାରେ। କଣ୍ଟେମେଣ୍ଟ ଜୋନ ଭିତରେ ଖୋଲା ହେଉଛି ରାସନ ଦୋକାନ।ବ୍ୟବସାୟୀ ମାନେ ସରକାର ଙ୍କ ନିୟମକୁ ଖୋଲା ଖୋଲି ଉଲଂଘନ କରୁଛନ୍ତିି।

ବଜାର ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଜାର କୁ କଣ୍ଟେନମେଣ୍ଟ ଜୋନ କରି ସମ୍ପୂର୍ଣ ସିଲ କରଥିଲା ବ୍ଲକ ପ୍ରଶାସନ।କିନ୍ତୁ କେତେକ ଅମାନିଆ ରାସନ ବ୍ୟବସାୟି ମାନେ ଆଜି ଦୋକାନ ଖୋଲି ବ୍ୟବସାୟ କରିବା ସହ କୋଣ୍ଟେନମେଣ୍ଟ ଜୋନ ଭିତର କୁ ସାଧାରଣ ଲୋକୋ ମାନେ ବେଧଡକ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା । ଭିତରକୁ ଓଟୋ,ମୋଟର ସାଇକେଲ,ଚାରି ଚକିଆ ଯାନ ଭିତର କୁ ଯାଇ ଜିନସ ପତ୍ର କିଣିବାଠାରୁ ସଉଦା କିଣୁ ଥିବା ଦେଖିବାକୁ ମିଳିଥିଲା । ଦୋକାନ ଗୁଡିକରେ ନା ଥିଲା ସାମାଜିକ ଦୂରତା ନାଥିଲା ଲୋକ ଙ୍କ ମୁହଁ ରେ ମାସ୍କ । ଅନ୍ୟପକ୍ଷରେ ସାଧାରଣ ଲୋକୋ ମଧ୍ୟ ଏହାର ଭରପୁର ଫାଇଦା ଉଠାଇବା ଚକର୍ ରେ ଭୁଲି ଗଲେ କରୋନା ଭଳି ମହାମାରୀ ରୋଗ ର ନିୟମାବଳି। ଏଭଳ ଦୃଶ୍ୟ ଦେଖି ଅଞ୍ଚଳ ବାସୀ ଆଶ୍ଚର୍ଯ଼୍ୟ ହେବାସହ ଗଣମାଧ୍ୟମ ପ୍ରୀତିନିଧି ମାନ ଙ୍କୁ ଖବର ଦେଇ ଥିଲେ । ଏବଂ ଅଞ୍ଚଳ ବାସୀ ପ୍ରଶ୍ନ କରିଥିଲେ କୋଣ୍ଟେନମେଣ୍ଟ ଜୋନ ଭିତର କୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା କୋଣ୍ଟେନମେଣ୍ଟ ଜୋନ ଭିତରୁ କେହି ବାହାରକୁ ଯାଇ ପାରିବେ ନ।ହିଁ ଏହିଭଳି କଟକଣା ରହି ଥିବା ବେଳେ ଜୋନ ଭିତରେ ଦୋକାନ ଗୁଡିକୁ କିପରି ଖୋଲି ବ୍ୟବସାୟ କରିଲେ ତାହା ପ୍ରଶ୍ନ କରିଛନ୍ତି ଅଞ୍ଚଳ ବାସି।ଲୋକଙ୍କ ଅଭିଯୋଗ ପରେ ତହସିଲଦାର ମାନସ ରଂଜନ ପଟ୍ଟନାୟକ ଙ୍କୁ ଆମେ ଯୋଗା ଯୋଗ କରିଥିଲୁ ସେ ଏହି ଖବର ଶୁଣି କାହା ନିର୍ଦେଶ ରେ ଏହି ଦୋକାନ ଖୋଲାଯାଇଛି ବୋଲି ଓଲଟା ପ୍ରଶ୍ନ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ଙ୍କୁ ଜଣାଇ ଥିଲେ।ଫାଣ୍ଡି ଅଧିକାରୀ ବଜାର କୁ ଯାଇ ଖୋଲା ଥିବା ସମସ୍ତ ରାଶନ ଦୋକାନ କୁ ବନ୍ଦ କରାଇଥିଲେ।କିନ୍ତୁ ପ୍ରଶ୍ନ ଉଠୁଛି ଲମତାପୁଟ ବ୍ଲକ ରେ ହୁହୁ ହୋଇ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢୁଥିବା ବେଳେ କୋଣ୍ଟେନ ମେଣ୍ଟ ଜୋନର ଏଭଳି ଦୃଶ୍ୟ ଗୋଷ୍ଠୀ ସଂକ୍ରମଣ କୁ ଆମନ୍ତ୍ରଣ କରୁଛନ୍ତି ବ୍ୟବସାଇ।ବ୍ଲକ ପ୍ରଶାସନ ଏବଂ ପୋଲିସ ପ୍ରଶାସନ କଡାପଦକ୍ଷପ ନେବା ଜରୁରି ହୋଇ ପଡିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: