1. Best News : ହାଇଟେକ ମେଡିକାଲ ଚେୟାରମ୍ୟାନ ଙ୍କ ଡେଙ୍ଗୁ ପ୍ରଭାବିତ ଖାରଡ଼ା ଗସ୍ତ

0
85
ହାଇଟେକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୮) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ରେ ହାଇଟେକ ମେଡିକାଲ ର ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ ଗସ୍ତ କରିଛନ୍ତି ।

ଗତ କାଲି ଡେଙ୍ଗୁ ପ୍ରଭାବିତ ଖାରଡ଼ା ଗ୍ରାମ କୁ ହାଇଟେକ ଗ୍ରୁପ ଚେୟାରମ୍ୟାନ ଶ୍ରୀ ପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଆର ସତୀଶ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି ମାନେ ଏହି ଗସ୍ତ ରେ ସାମିଲ ହୋଇ ଡେଙ୍ଗୁ ରୋଗ ରେ ପୀଡିତ ରୋଗୀଙ୍କ ପରିବାର କୁ ବୁଝାସୁଝା କରି ପୁରା ଗ୍ରାମ ରେ ସଚେତନ ସୃଷ୍ଟି କରି ସମସ୍ତେ ମଶାରୀ ଟାଙ୍ଗି ଶୋଇବା ପାଇଁ ପ୍ରବାର୍ତ୍ତାଇଥିଲେ । ଶ୍ରୀ ତିରୁପତି ରାଓ କାଶୀନଗର ଗୋଷ୍ଠୀ କେନ୍ଦ୍ର ଓ ଜିଲ୍ଲା ମେଡିକାଲ ଟିମ କୁ ସଜାଗ ରହିବାକୁ କହିଥିଲେ ।