Thursday, October 1, 2020
Home District News ମେହେର କବି ସ୍ମୃତି ପରିଷଦ ପାଳନ କଲା, ଗଙ୍ଗାଧର ମେହେର ଜୟନ୍ତି

ମେହେର କବି ସ୍ମୃତି ପରିଷଦ ପାଳନ କଲା, ଗଙ୍ଗାଧର ମେହେର ଜୟନ୍ତି

ରିପୋର୍ଟ:ନିରୋଜ କୁମାର ପାଣି //
ପଦ୍ମପୁର (୦୩/୦୮): ବରଗଡ ଜିଲ୍ଲା ମେହେର କବି ସ୍ମୃତି ପରିଷଦ ପଦ୍ମପୁର ତରଫରୁ ଆଜି ସ୍ୱାଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସରଳ ନିରାଡମ୍ବର ଭାବେ କୋଭିଡ-୧୯ କୁ ଦୃଷ୍ଟି ରେ ରଖି ସାମାଜିକ ଦୂରତା ଅବଲମ୍ବନ କରି ପାଳିତ ହୋଇଯାଇଛି ।

ଡଃ ମାନ ଭଂଜନ ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ଗଙ୍ଗାଧର ମେହେର ଜୟନ୍ତୀ ଅବସର ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଗଙ୍ଗାଧର ମେହେରଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ସହ ଉପସ୍ଥିତ କବି ବଂଧୁ ମାନଙ୍କୁ ଉତ୍ସାହିତ କରିଥିଲେ | ଡଃ ପ୍ରମୋଦ ପାଢ଼ୀ ଓ ଡ଼ଃ ମାନଭଂଜନ ପ୍ରଧାନ ମେହେର ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ସଂପାଦକ ଶେଷଦେବ ମେହେର, ସହ-ସଂପାଦକ ରାଜେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ରାମଚନ୍ଦ୍ର ମେହେର, ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାର, ଡଃ ଜୟ କେତନ ତ୍ରିପାଠୀ, ମନୋଜ କୁମାର ପଣ୍ଡା , ସତ୍ୟମୟ ତ୍ରିପାଠୀ, କରୁଣାକର ମେହେର, ପର୍ଶୁରାମ ପାଠୀ, ଭଗବାନ ମଲ୍ଲିକ, ମନୋଜ ମେହେର, ଅଧ୍ୟାପକ ସରୋଜ ନାଏକ, ସୁରେଶ ମେହେର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦ୍ମପୁର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ଗଙ୍ଗାଧର ଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ପ୍ରଦାନକରିଥିଲେ । ଶ୍ରୀ ସୁରେନ୍ଦ୍ର ମେହେର ଙ୍କ ସୁଲଳିତ କଣ୍ଠରେ ଗଂଗାଧର ଙ୍କ ଭକ୍ତି କବିତା-ବିଶ୍ୱ ଜୀବନ ହେ…ଗାନକରାଯାଇଥିଲା, ଶେଷରେ ସଂପାଦକ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ସଂଧ୍ୟାସମୟ ରେ ଅନଲାଇନ ଜରିଆରେ ପାଠ୍ୟକ୍ରମ ରେ ମେହେର ସାହିତ୍ୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଛି । ଏଥିରେ ସଂଯୋଜକ ଭାବେ ନାଟ୍ୟ କାର ଅଶୋକ କୁମାର ବହିଦାର ଓ ଡଃ ଜୟକେତନ ତ୍ରିପାଠୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି କର୍ମକର୍ତା ମାନଙ୍କ ଠାରୁ ପ୍ରକାଶ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: