1. Best News : ଓଭର ଲୋଡିଂ ଯୋଗୁଁ ଓଲଟିଲା ଅଟୋ, ଭିତରେ ଥିଲେ ୯ ଯାତ୍ରୀ

0
69
ଓଭର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୨/୦୮) : ଓଭର ଲୋଡିଂ ହେବାରୁ ରାସ୍ତା ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଫଳରେ ଅଟୋରେ ଥିବା ୧୦ ଜଣ ଆହତ ହୋଇଛନ୍ତି ।

ଓଭର ଲୋଡିଂ ଯୋଗୁଁ ଓଲଟିଲା ଅଟୋ: ସେମାନଙ୍କ ମଦ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରେ ଘଟିଛି । ଆଜି ନରସିଂହପୁର ବ୍ଲକର ଚମ୍ପେଶ୍ୱର ହାଟ ଥିବା ବେଳେ ଏକ ଅଟୋରେ ୯ ମହିଳା ସେଠାକୁ ଯାଉଥିଲେ । ମାତ୍ର ଅତ୍ୟଧିକ ଯାତ୍ରୀ ହୋଇ ଅଟୋଟି ଭାରସାମ୍ୟ ହରାଇ ଓଲବ ଘାଟି ରାସ୍ତା ନିକଟରେ ଓଲଟି ପଡ଼ିଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ଅଟୋରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ସେଠାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ସେମାନଙ୍କୁ କଟକ ରେଫର କରାଯାଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ।