Tuesday, September 29, 2020
Home Education & Literacy କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ, ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ

କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ, ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୦୩/୦୮): ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲ ମାଧ୍ୟମରେ ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି।

ସଭାପତି ନାଟ୍ୟକାର ମୋହନସିଂଙ୍କ ଅଧ୍ୟକ୍ଷତା ତଥା ଦିଲ୍ଲୀପ କୁମାର ଦେବତା, ରାଜେଶ୍ବର ବେହେରା, ହ୍ରୁଦମଣି ସାହୁଙ୍କ ସଂଯୋଜନାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମୁଖ୍ଯ ଅତିଥି, ପଦ୍ମଶ୍ରୀ ଡ. ହଳଧର ନାଗ ସ୍ବତନ୍ତ୍ର ପ୍ରତିଭା, ଅଧ୍ଯାପକ ଡ. ପ୍ରଦୀପ କୁମାର ପଧାନ ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଥିଲେ। ସୁସ୍ଥ ସମାଜ ଗଠନରେ ସୁମଣିଷର ଯଥେଷ୍ଟ ଆବଶ୍ଯକତା ରହିଛି। ଏକଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଗଂଗାଧର। ତେଣୁ ତାଙ୍କର କାବ୍ୟ, କବିତାରେ ନୀତି, ଆଦର୍ଶର ବାର୍ତ୍ତା ଭରପୁର ରହିଛି। ସୁତରାଂ ସୁମଣିଷ ହେବାକୁ ଗଂଗାଧର ସାହିତ୍ୟ ପ୍ରେରଣା ଦିଏ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉପସଭାପତି ଦିଲ୍ଲୀପ କୁମାର ଦେବତା ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। କଣ୍ଠଶିଳ୍ପୀ ପ୍ରଶାନ୍ତ ପଧାନ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ଯବାଦ ଅର୍ପଣ କରିଥିଲେ। ପରେ ଆଶୁତୋଷ ମହାପାତ୍ରଙ୍କ ସଂଯୋଜନାରେ କବିତା ଆସର: କବି ମନର କଥା ଆୟୋଜିତ ହୋଇଥିଲା। ଏଥିରେ କ୍ରାନ୍ତିକବି ହରିଲାଲ ସାହୁ, ଅଧିକାରୀ ସା, ଈଶ୍ବର ମେହେର, ଜଗନ୍ନାଥ ପଧାନ, ମାନିନୀ ମେହେର, ଅହଲ୍ୟା ପଧାନ, ରାମ ପ୍ରସାଦ ବାଗ କବିତା ପାଠ କରିଥିଲେ। ପ୍ରତ୍ୟୁଷରୁ ସ୍ଥାନୀୟ ମେହେର ମଧ୍ଯପଡା ସ୍ଥିତ ଗଂଗାଧରଙ୍କ ପ୍ରତିମୂର୍ତ୍ତିରେ ଭୁଲିଆ ସମାଜର ସଭାପତି ଶିବ ମେହେର, ମୋହନସିଂ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ଦେବତା, ରାଜେଶ୍ବର ବେହେରା, ହ୍ରୁଦମଣି ସାହୁ, ଅହଲ୍ୟା ପଧାନ, ଯୁବକବି ଦେବାଶିଷ ମେହେର, ରାଜୁ ବେହେରା, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସେହିପରି ମେହେର ମଧ୍ଯପଡା ପକ୍ଷରୁ ପୂର୍ବାହ୍ନରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ସନ୍ଦେହରେ ଗଲା ଦୁଇ ଜୀବନ

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୮/୯): ମାଲକାନଗିରି ଜିଲ୍ଲାରେ ଏବେ ବି ଅନ୍ଧବିଶ୍ୱାସ ଆୟାରେ ଛନ୍ଦିହୋଇ ରହିଛନ୍ତି ଆଦିବାସୀ । ଦିନକୁ ଦିନ କମିବା ବଦଳରେ ବଢୁଛି ଅନ୍ଧବିଶ୍ୱାସ । ଗଡୁଛି...

କୀଟନାଶକ ପିଇ ଯୁବକର ଆତ୍ମହତ୍ୟା

ରିପୋର୍ଟ-ଯୁବରାଜ ଜଗତ // ଚନ୍ଦାହାଣ୍ଡି (୨୮ସେପ୍ଟେମ୍ବର ୨୦୨୦): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ପଂଚାୟତର ମୃତକ ନୀଳାମ୍ଭର ଗୌଡ (୧୯) ପିତା ଅର୍ଜୁନ ଗୌଡ ଗ୍ରାମ ଝରାବାହାଳ । ଗତକାଲି ରାତିରେ ଘରୁ...

Recent Comments

%d bloggers like this: