1. Best News : ଭାରସାମ୍ୟ ହରାଇ ବାଇକକୁ ପିଟିଲା କାର, ଜଣେ ମୃତ

0
58
ଭାରସାମ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୨/୦୮) : ଭାରସାମ୍ୟ ହରାଇ ବାଇକକୁ ପିଟିଲା କାର, ଜଣେ ମୃତ : – କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ କାର ଦୁର୍ଘଟଣା, ଜଣେ ମୃତ । ମୃତ ମହିଳା ହେଲେ ପଙ୍କପାଳ ଗ୍ରାମର ଝିଲି ମାଝୀ ।

ଖବର ଅନୁଯାୟୀ ଆଜି ସକାଳ ସମୟରେ ପାରାଦୀପ ଆଇଓସିଏଲ ବିଶିଷ୍ଟ କାରଟି ପାରାଦୀପ ଅଭିମୁଖେ ଯାଉଥିବା ସମୟରେ ପଙ୍କପାଳ ନିକଟରେ ହଠାତ୍ କାରଟିର ଚକା ଫାଟିଯିବାରୁ କାରଟି ଭାରସାମ୍ୟ ହରାଇ ବସିଥିଲା । ଫଳରେ ସମ୍ମୁଖରେ ଆସୁଥିବା ଏକ ବାଇକ୍ ଆରୋହୀଙ୍କ ସହିତ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହି ଦୁର୍ଘଟଣାର କୌଣସି ସୂତ୍ରରୁ ଖବର ପାଇ ଦେବଦୂତ ସଡକ ସୁରକ୍ଷା ବାହିନୀର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ମହିଳା ଜଣଙ୍କ ପଙ୍କପାଳ କଲୋନୀର ଝିଲି ମାଝୀ ବୋଲି ଜଣା ପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କଟକ ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ବର୍ତ୍ତମାନ ଯାତାୟତ ବାଧାପ୍ରାପ୍ତ ହୋଇଛି ।