1. Best News : ବାଇକ ସହ କାର ମୁହାଁମୁହିଁ ଧକ୍କା ଘଟଣା : ଜଣେ ମୃତ ଜଣେ ଗୁରୁତର

0
46
ବାଇକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୮) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଡ଼େନିଗଡ଼ ଫାଣ୍ଡି ଅନ୍ତର୍ଗତ କଖାରୁ ଫାଳ ନିକଟରେ ରବିବାର ଅପରାହ୍ନ ୪ ଟା ସମୟ ରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମ ଗାର୍ଡ ଗୁରୁତର ହୋଇଥିଲେ lWhatsApp Image 2023 08 21 at 14.39.15 jpeg 1. Best News : ବାଇକ ସହ କାର ମୁହାଁମୁହିଁ ଧକ୍କା ଘଟଣା : ଜଣେ ମୃତ ଜଣେ ଗୁରୁତର

ବାଇକ ସହ ଧକ୍କା: ସୂଚନା ମତେ ରବିବାର ଦିନ ଅଡ଼େନିଗଡ଼ ଫାଣ୍ଡି ର ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ହୋମ ଗାର୍ଡ ଟୁକୁନା ବେହେରା ଉଭୟ ପୁରୁଣା କଟକ ଥାନାକୁ ଆସି ଆଡ଼େନିଗଡ଼ ଫାଣ୍ଡି ଅଭିମୁଖେ ଯାଉଥିବା ସମୟ ରେ ବିପରୀତ ଦିଗରୁ ଆସୁଥିବା (ଓଡି ୨୭ ସି ୦୧୮୪) ନାମକ ଏକ କାର ସହ ଉଭୟଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଉଭୟ କର୍ମଚାରୀ ଙ୍କ ଡାହାଣ ଗୋଡ଼ ରେ ଗଭୀର ଆଘାତ ଲାଗିଥିଲା l ଦୁଇ ଗୁରୁତର ଙ୍କୁ ପ୍ରଥମେ ପୁରୁଣା କଟକ ଓ ପରେ ବୌଦ୍ଧ ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା l

କିନ୍ତୁ ହାବିଲଦାର ପାଣିଗ୍ରାହୀ ଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ନେଉଥିବା ବେଳେ ଗୋଡ଼ ରୁ ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ଅଧ ବାଟରେ ମୃତ୍ୟୁ ବରଣ କରିଥିଲେ ଓ ହୋମଗାର୍ଡ ଟୁକୁନା ବେହେରା ଙ୍କ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବି କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ହରଭଙ୍ଗା ଫାଣ୍ଡି ପକ୍ଷରୁ ସୂଚନା ମିଳିଛି l