Friday, March 29, 2024

Top 5 This Week

Related Posts

1. Best News : ବିଦ୍ୟୁତ ଆଘାତରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୧/୦୮) : ରାଇକିଆ ଥାନା ଇନ୍ଦ୍ରଗଡ ଗ୍ରାମରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତ ରେ ଆସି ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ।

ମୃତକ ହେଲେ ଡ଼ାକପଙ୍କା ଗାଁ’ର ଦଣ୍ଡପାଣି ମଲିକଙ୍କ ଝିଅ କୁନିତା ମଲିକ । ସେ ଇନ୍ଦ୍ରଗଡ଼ ଠାରେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ଆଜି ସକାଳ ସମୟରେ ବର୍ଷା ପାଣି ସଫା କରିବା ପାଇଁ ଛାତ ଉପରକୁ ଯାଇଥିଲେ । ଘର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ କୁନୀତା । ସମ୍ପର୍କୀୟ ମାନେ ସଙ୍ଗେ ସଙ୍ଗେ କୁନିତା କୁ ଉଦ୍ଧାର କରି ଅଟୋ ଯୋଗେ ଭଞ୍ଜନଗର ମେଡ଼ିକାଲ କୁ ଆଣି ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ।

Popular Articles