Advertisements
Tuesday, August 4, 2020
Home District News କର୍ମଭୂମିରେ ଡିଜିଟାଲ୍ ଗଂଗାଧର ଜୟନ୍ତି ପାଇଁ ପ୍ରସ୍ତୁତି ଚୂଡାନ୍ତ

କର୍ମଭୂମିରେ ଡିଜିଟାଲ୍ ଗଂଗାଧର ଜୟନ୍ତି ପାଇଁ ପ୍ରସ୍ତୁତି ଚୂଡାନ୍ତ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୧ ୵ ୮ ୵ ୨୦): କରୋନା ମହାମାରୀ ଯୋଗୁଁ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଇ ନିଜ ନିଜର ଘରେ ରହି କବିଙ୍କ କର୍ମଭୂମି ବରଗଡ଼ ଜିଲ୍ଲା ବିଜେପୁରରେ ଡିଜିଟାଲ୍ ଗଂଗାଧର ଜୟନ୍ତି ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।

ଖଗେଶ୍ୱର ସାହିତ୍ୟ କଲା ପରିଷଦ ପକ୍ଷରୁ ଆୟୋଜିତ ଏହି ଜୟନ୍ତି ସମାରୋହରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମୁଖ୍ଯ ଅତିଥି, ମେଲଛାମୁଣ୍ଡା ମହାବିଦ୍ୟାଳୟର ଅଧ୍ଯାପକ ଡକ୍ଟର ପ୍ରଦୀପ କୁମାର ପଧାନ, ଦହିତା ମହାବିଦ୍ୟାଳୟର ଅଧ୍ଯାପକ ସୁଶାନ୍ତ କୁମାର ମିଶ୍ର ଆଲୋଚକ ଭାବେ ସାମିଲ୍ ହେବେ। କବିତା ଆସର୍: କବର୍ ମନର୍ କଥା କାର୍ଯ୍ୟକ୍ରମରେ କ୍ରାନ୍ତିକବି ହରିଲାଲ ସାହୁ, ଅଧିକାରୀ ସା, ରାମପ୍ରସାଦ ବାଗ, ଈଶ୍ବର ମେହେର, ଜଗନ୍ନାଥ ପଧାନ, ଅହଲ୍ୟା ପଧାନ, ମାନିନୀ ମେହେର ପ୍ରମୁଖ ଏକପଦୀ କବିତା ଆବ୍ରୁତ୍ତି କରିବେ। ବିଶିଷ୍ଟ ସଂକୀର୍ତ୍ତନ୍ୟ ଗାୟକ ପ୍ରଶାନ୍ତ ପଧାନ ଗଂଗାଧରୀୟ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସଭାପତି ନାଟ୍ୟକାର ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନଲାଇନ୍ ପ୍ରସ୍ତୁତି ବୈଠକରେ ଉପସଭାପତି ଦିଲ୍ଲୀପ କୁମାର ଦେବତା, ରାଜେଶ୍ବର ବେହେରା, ସହ ସଂପାଦକ ହ୍ରୁଦମଣି ସାହୁ, ଆଶୁତୋଷ ମହାପାତ୍ର, ରବୀନ୍ଦ୍ର ଭୋଇ ପ୍ରମୁଖ ସାମିଲ୍ ହୋଇଥିଲେ । କୋଷାଧ୍ୟକ୍ଷ ଦେବାଶିଷ ମେହେର ଧନ୍ଯବାଦ ଅର୍ପଣ କରିଥିଲେ ।ଉକ୍ତ ଜୟନ୍ତି ସମାରୋହର ଭିଡିଓକୁ ପରେ ୟୁଟୁବରେ ଛଡାଯିବାକୁ ନିଷ୍ପତ୍ତି ହୋଇଥିବା ସଂପାଦକ ରାଜେଶ୍ବର ବେହେରା ସୂଚନା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: