Advertisements
Tuesday, August 4, 2020
Home Corona Lockdown କରୋନା ବଢିଥିବା ସତ୍ୱେ ଲୋକମାନେ ସରକାରଙ୍କ ନିୟମ ମାନୁ ନାହାନ୍ତି

କରୋନା ବଢିଥିବା ସତ୍ୱେ ଲୋକମାନେ ସରକାରଙ୍କ ନିୟମ ମାନୁ ନାହାନ୍ତି

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (ତା ୩୧/୭): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ନିକଟସ୍ଥ ଆନ୍ଦ୍ର ସୀମାନ୍ତ ଓ କୋରାପୁଟ ବ୍ଲକ ଶେଷ ବ୍ଲକ ଅଟେ |

ସାରା ବିଶ୍ୱରେ ଵର୍ତମାନ କରନା ମହାମାରୀ ରୋଗ ଦିନକୁ ଦିନ ହୁହୁ ହୋଇ ବଢି ଚାଲିଥିବା ବେଳେ ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା, ବନ୍ଧୁଗାଁ ଅଂଚଳରେ ଖାସ କରି ଲୋକେ ସରକାରଙ୍କ କଟକଣାକୁ ଅମାନିୟା ଭାବରେ ବିନା ମାସ୍କରେ ବୁଲି ଚାଲୁଥିବାର ଦେଖିବାକୁ ମିଳିଛି | ବନ୍ଧୁଗାଁ ପୋଲିସ ତାର ସମୟ ଅନୁଯାଇ ରାସ୍ତାରେ ବୁଲିଲା ବେଳକୁ ଲୋକେ ପୋଲିସ ଗାଡିକୁ ଦେଖି ଲୁଚି ଯାଉଛନ୍ତି ଓ ପୋଲିସ କି ବନ୍ଧୁଗାଁ ତହସିଲଦାରଙ୍କ ଗାଡି ଆସିଲେ ଲୋକେ ରାସ୍ତାରୁ ଦୁରେଇ ଯାଉଛନ୍ତି | ଅଧିକାରୀଙ୍କ ଗାଡି ଅତିକ୍ରମ କଲା ପରେ ପୁଣି ଲୋକେ ରାସ୍ତାରେ ଗହଳି ହୋଇ ବୁଲୁଛନ୍ତି | ବର୍ତ୍ତମାନ ବନ୍ଧୁଗାଁରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି,ଆଜି ପର୍ଯ୍ୟନ୍ତ ବନ୍ଧୁଗାଁ ବ୍ଲକରେ ଆଜି ତିନିଜଣ ନୂତନ ଭାବରେ ଚିହ୍ନଟକୁ ମିଶାଇ ୩୨ରେ ପହଁଚିଲା | ଆଜିର ତିନିଜଣ ପୋଜିଟିଭି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଓ ଜଣେ ସ୍ବାସ୍ତ୍ୟ ବିଭାଗର କର୍ମଚାରୀ | ଏହି ୩ ଜଣଙ୍କୁ ଜିଲା କୋଭିଡ ସ୍ବାସ୍ତ୍ୟ କେନ୍ଦ୍ରକୁ ପଠାଯାଇଥିବାର ସୂଚନା ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀ ମାନସ କୁମାର ମିଲିକ ସୂଚନା ଦେଇଥିଲେ | ଏପରି ଭାବରେ ଦିନକୁ ଦିନ ବହୁ ମାତ୍ରାରେ ରୋଗୀଙ୍କ ସଂଖ୍ୟା ବଢିଥିବାରୁ କୋରାପୁଟ ଜିଲାକୁ ଜିଲାପାଳ ଶ୍ରୀ ମଧୁସୁଧନ ମିଶ୍ର ଦୁଇ ତିନିଦିନ ସଟ ଡାଉନ ଘୋଷଣା କରିବା ସହ ଜରୁରୀ ଥିଲେ ମାସ୍କ ବ୍ୟବହାର କରି ଘରୁ ବାହାରିବା ପାଇଁ କୋରାପୁଟ ଜିଲାର ସମସ୍ତ ବ୍ଲକକୁ ଏପରି ଘୋଷଣା କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: