Thursday, October 29, 2020
Home District News ୧୦ ଚକିଆ ଟ୍ରକ ସହ ୪କୁଇଣ୍ଟାଲ ୮୧ କେଜି ଗଂଜେଇ ଜବତ, ୨ଜଣ ଗିରଫ

୧୦ ଚକିଆ ଟ୍ରକ ସହ ୪କୁଇଣ୍ଟାଲ ୮୧ କେଜି ଗଂଜେଇ ଜବତ, ୨ଜଣ ଗିରଫ

ରିପୋର୍ଟ: ଜଗଦୀଶ ଦାସ //
ଫିରିଙ୍ଗିଆ (୦୧/୦୮): ୧୦ ଚକିଆ ଟ୍ରକ ସହ ୪ କୁଇଣ୍ଟାଲ ୮୧ କେଜି ଗଂଜେଇ ଜବତ ସହ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ |

ସୂଚନା ମୁତାବକ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଦର ଫୁଲବାଣୀ ମହେନ୍ଦ୍ର ନାଥ ମୁର୍ମୁ, ଫିରିଙ୍ଗିଆ ଥାନା ଆଇଆଇସି ଶ୍ୟାମ ସୁନ୍ଦର ରାଓଙ୍କ ତତ୍ୱାବଧାନରେ ଫିରିଙ୍ଗିଆ ଥାନା ଏସଆଇ ଦଶରଥ ହେମ୍ବ୍ରମ ଓ ଟିମ ସକାଳ ୬.୩୦ ସମୟରେ ପୂର୍ବ ସୂଚନା ଆଧାରରେ ଫିରିଙ୍ଗିଆ ବାଲକି ଡାଡି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଟ୍ରକ ଆସିଥିଲା | ହେଲେ ଟ୍ରକ ତନଖି ପରେ ଟ୍ରକରୁ ୧୦ ଗୋଟି ଗଂଜେଇ ଭର୍ତି ଜରି ବସ୍ତା ବାହାରି ଥିଲା | ତେବେ ମାଜିଷ୍ଟ୍ରେଟ ଶ୍ରୀମତୀ ପୁନମ ରାଉତଙ୍କ ଉପସ୍ଥିତରେ ଉକ୍ତ ଟ୍ରକ ଟାଟା ମଡେଲ ଯାହାର ନ ଓଆର ୨୩ ଡି ୯୮୯୨ କୁ ଜବତ କରିବା ସହ ୪କୁଇଣ୍ଟାଲ ୮୧ କେଜି ଗଂଜେଇ ଜବତ କରିଛି | !ତେବେ ଟ୍ରକ ଡ୍ରାଇଭର ପ୍ରକାଶ ପ୍ରଧାନ ଗ୍ରାମ ଖଜୁରିଆ ପୋ. ଫୁଲଟା ଥାନା- ଗୋସାଣି ନୁଆଁ ଗାଁ , ଜିଲ୍ଲା- ଗଞ୍ଜାମ ହୋଇ ଥିବା ବେଳେ ଅନ୍ୟ ଜଣେ ବ୍ରଜକିଶୋର ଡାକୁଆ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡିଛି | ତେବେ ଏହି ଗଂଜେଇ ଫିରିଙ୍ଗିଆ ରୁ ଆଠଗଡ଼ ଚାଲାଣ ହେଉ ଥିବା ଜଣାପଡି ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ୍ୟ ହେବ ବୋଲି ଡ଼ିଏସପି ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି | ତେବେ ଫିରିଙ୍ଗିଆ ପୋଲିସ NDPS case no 65/30/7/2020 ଆଧାର ରେ କୋର୍ଟ ଚାଲାଣ କରି ଥିବା ସୂଚନା ମିଳିଛି | ତେବେ ଫିରିଙ୍ଗିଆ ଅଂଚଳରେ ବାରମ୍ବାର ବିଭିନ୍ନ ଅଂଚଳରେ ଗଂଜେଇ ଜବତ କରାଯାଉଥିବା ବେଳେ ଗଂଜେଇ ଚାଲାଣ କାରି ବିଭିନ୍ନ ଉପାୟରେ ଗଂଜେଇ ଚାଲାଣ କରୁ ଥିବା ବେଳେ ଫିରିଙ୍ଗିଆ ପୋଲିସ ପ୍ରଥମ ଥର ୧୦ ଚକିଆ ଟ୍ରକ ରୁ ୪ କୁଇଣ୍ଟାଲ ୮୧ କେଜି ଗଂଜେଇ ଜବତ କରିବାରେ ସଫଳ ହୋଇଛି ! |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: