Advertisements
Tuesday, August 4, 2020
Home Corona Lockdown ଡାକ୍ତର ଓ କରୋନା ପ୍ରତିକାର ବ୍ୟବସ୍ଥା ଦାବୀ: ଭାଜପାର ପ୍ରତୀକ ଧାରଣା

ଡାକ୍ତର ଓ କରୋନା ପ୍ରତିକାର ବ୍ୟବସ୍ଥା ଦାବୀ: ଭାଜପାର ପ୍ରତୀକ ଧାରଣା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୩୧/୭): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ଡାକ୍ତର ପଦବୀ ପୂରଣ ଓ କରୋନା ପ୍ରତିକାର ବ୍ୟବସ୍ଥା ଦାବୀରେ ଶୁକ୍ରବାର ଭାଜପା ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡରେ ପ୍ରତୀକ ଧାରଣା ଦିଆଯାଇଥିଲା। ପରେ ମୁଖ୍ଯ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୬ଦଫା ସମ୍ବଳିତ ସ୍ମାରକପତ୍ର ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

ବିଡିଓ ପଦ୍ମନାଭ ସାମନ୍ତ ରାୟ ଧାରଣା ସ୍ଥଳକୁ ପହଞ୍ଚି ସ୍ମାରକପତ୍ର ଗ୍ରହଣ କରିଥିଲେ। ବିଜେପୁର ନିର୍ବାଚନ ମଣ୍ଡଳୀରେ ଡାକ୍ତର ପଦବୀ ପୂରଣ କରିବାକୁ ମୁଖ୍ଯମନ୍ତ୍ରୀ ଏହି ଆସନରୁ ଇସ୍ତଫା ଦେବା ସମୟରେ ଘୋଷଣା କରିଥିଲେ। ହେଲେ ଅଦ୍ଯାବଧି ଏହା ଅପୂରଣୀୟ ରହିଛି। ତେଣୁ ତ୍ବରିତ ବିଜେପୁର, ଗାଇସିଲେଟ, ବରପାଲି ସିଏଚସି ଓ ପିଏଚସିରେ ସଂପୂର୍ଣ୍ଣ ଡାକ୍ତର ପଦବୀ ପୂରଣ କରାଯାଉ। କରୋନା ସଂକ୍ରମିତ ରୋଗୀଙ୍କ ସ୍ବାବକୁ ଭୁବନେଶ୍ୱର ପଠା ଯାଉଥିବାରୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ରୋଗୀ ତଥା ସଂମ୍ପର୍କୀୟ ମାନସିକ ଚାପଗ୍ରସ୍ତ ହେଉଛନ୍ତି। ତେଣୁ ଏହି ସ୍ବାବ ପରୀକ୍ଷା ବୁର୍ଲା ଭୀମସାରରେ କରାଯାଉ। ବରଗଡ଼ କୋଭିଡ ହସପିଟାଲରେ ସ୍ଥାପିତ ଟ୍ରୁନେଟ ଟେଷ୍ଟିଙ୍ଗ ଲାବୋରେଟୋରୀକୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲାର ସମସ୍ତ ପିଏଚସି ଓ ସିଏଚସିରେ ରେପିଡ୍ ଏନଟିଜେନ ଟେଷ୍ଟ ବ୍ୟବସ୍ଥା କରିବା, କରୋନା ସଂକ୍ରମିତ ଅଞ୍ଚଳକୁ ତ୍ବରିତ ସାନିଟାଇଜେସନ କରିବା, ପ୍ରତ୍ୟେକ ଦିନ ବରଗଡ଼ ଓ ପଦ୍ମପୁରରେ ସ୍ବାବ ସଂଗ୍ରହ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବୀପୂରଣ ଦିଗରେ ତ୍ବରିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଚେତାବନୀ ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ମଧାହ୍ନ ଯାଏଁ ବସଷ୍ଟାଣ୍ଡରେ ପ୍ରତୀକ ଧାରଣା ପାଇଁ ଭାଜପା ନେତାଗଣ ମୌନ ଧାରଣାରେ ବସିଥିଲେ। ବରଗଡ଼ ଲୋକସଭା ସାମସଦ ସୁରେଶ ପୁଜାରୀ, ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀ, ଭାଜପା ନେତା ସନତ କୁମାର ଗଡତୀୟା, ସୁଶାନ୍ତ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସୁନାଫୁଲ ସେଠ, ଜିଲ୍ଲା ପରିଷଦ ସଭ୍ଯା ସବିତା ସାହୁ, ମହେଶ ଦେବତା, ଜନାର୍ଦ୍ଦନ ଡନସନା ପ୍ରମୁଖ ବହୁ ଭାଜପା ନେତା ଧାରଣାରେ ସାମିଲ୍ ହୋଇଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: