Thursday, March 28, 2024

Top 5 This Week

Related Posts

1. Best News : ଭୁବନେଶ୍ୱର ରେ ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର, (୨୦/୦୮) : ଭୁବନେଶ୍ୱର ର ପ୍ରାଚୀ ବିହାର ଅଞ୍ଚଳରୁ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାଁ ଦୀପକ ଦାସ (୨୬) ।

ତାଙ୍କ ଘର କେନ୍ଦ୍ରାପଡ଼ାର ରାଜକନିକା ଅଞ୍ଚଳରେ। ସେ ଏସ୍‌ବିଆଇ ଫାଇନାନ୍ସରେ କାମ କରୁଥିଲେ । ଦୀପକ ପ୍ରାଚୀ ବିହାରରେ ଘର ଭଡ଼ା ନେଇ ରହୁଥିଲେ । ସେ ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ତାଙ୍କ ରୁମ୍‌ ମେଟ୍ ମଞ୍ଚେଶ୍ୱର ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା । ଘରେ ଦୀପକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା । ସେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ । ଦୀପକ କାହିଁକି ଏଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।

Popular Articles