Advertisements
Tuesday, August 4, 2020
Home Corona Breaking ଆଉ ୧୨ଜଣ ପଜିଟିଭ ପରେ ଥାନାକୁ ଓ ଚିତ୍ରକୋଣ୍ଡା ପଂଚାୟତକୁ କରାଗଲା ସିଲ

ଆଉ ୧୨ଜଣ ପଜିଟିଭ ପରେ ଥାନାକୁ ଓ ଚିତ୍ରକୋଣ୍ଡା ପଂଚାୟତକୁ କରାଗଲା ସିଲ

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୩୧.୦୭): ପରିଶେଷରେ ଚିତ୍ରକୋଣ୍ଡା ବ୍ଲକକୁ ଛୁଇଁଲା ମହାମାରୀ କରୋନା।ଏହା ପୂର୍ବରୁ ମାଲକାନଗିରି ଜିଲ୍ଲାର ୭ଟି ରୁ ଛଅଟି ବ୍ଲକକୁ ନିଜ କବଳରେ ନେଇ ସାରିଥିଲା କରୋନା।

ଚିତ୍ରକୋଣ୍ଡାରେ ଛଅଟି କରୋନା ପୋଜିଟିଭ ଓ ପରେ ଆଜି ଆଉ ୧୨ ଟି ପଜିଟିଭ ବାହାରିବା ପରେ ଜିଲ୍ଲାପାଳ ଟୁଇଟ ମାଧ୍ୟମରେ ଜାଣିବା ପରେ ଚିତ୍ରକୋଣ୍ଡା ବାସୀ ଭୟଭୀତ।ସୂଚନାଯୋଗ୍ୟ ଏହି ୧୮ଜଣ ପୋଲିସି କର୍ମଚାରୀ ହୋଇଥିବାରୁ ଚିତ୍ରକୋଣ୍ଡା ଥାନା ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି।ଅସ୍ଥାୟୀ ରୂପେ ବିଇଓ ଙ୍କ ଅଫିସରରେ ଥାନା ଖୋଲାଯାଇଛି। ବର୍ତ୍ତମାନ ଚିତ୍ରକୋଣ୍ଡା ଗ୍ରାମ ପଂଚୟତକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି।ଚିତ୍ରକୋଣ୍ଡାକୁ ସମ୍ପୃଣ ସିଲ କରାଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।ଅତି ଆବ୍ୟଶକ ସାମଗ୍ରୀ ନିମନ୍ତେ ହୋମ ଡେଲିଭରିର ବ୍ୟବସ୍ଥା କରାଇଛି ଚିତ୍ରକୋଣ୍ଡା ବ୍ଲକ ବିଭାଗ।

ପୋଲିସ କର୍ମଚାରୀ ପୋଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଚିତ୍ରକୋଣ୍ଡା ଥାନାକୁ ସମ୍ପୃଣ ସାନିଟାଇଜ କରାଯାଇଛି।ଗୁମାର ଅଗ୍ନିଶମ ବିଭାଗ ଆସି ସାନିଟାଇଜ କରାଇ ଥିଲେ।ତେବେ ଚିତ୍ରକୋଣ୍ଡାରେ ଅତ୍ୟଧିକ ସ୍ୱାବ ଟେଷ୍ଟ ପାଇଁ ଦାବି କରୁଛନ୍ତି ଚିତ୍ରକୋଣ୍ଡାବାସୀ।ଚିତ୍ରକୋଣ୍ଡା ରେ ୨ଦିନରେ ୧୮ ପଜିଟିଭ ବାହାରିବା ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚିତ୍ରକୋଣ୍ଡା କୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: