1. Best News : କାଶୀନଗର ପୋଲିସ କୁ ମିକିଛି ବଡ଼ ସଫଳତା

0
55
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୦୮) : କାଶୀନଗର ଥାନା ଅଞ୍ଚଳରୁ ଗତ ଜୁନ ମାସରେ ସିରିଜ ଭାବେ ଅଟୋ, ବୁଲେଟ ମୋଟର ସାଇକେଲ, ଜଣେ ସାମ୍ବାଦିକଙ୍କ ମୋଟର ସାଇକେଲ ଚୋରି ହୋଇଥିବା ବିଷୟ କାସିନଗର ଥାନାରେ ଏତଲା ରୁଜ୍ଜୁ ହୋଇଥିଲା ।

ହେଲେ କାଶୀନଗର ପୋଲିସ ଥାନା କେସ ନ.77,82,88/23 ରେ ମୋକଧମା ରୁଜ୍ଜୁ କରି ତଦନ୍ତ ଓ ଇଣ୍ଟେଲିଜେନ୍ସ ସଂଗ୍ରହ କରୁଥିଲା | କୌଣସି ସୂତ୍ରରୂ ଖବର ପାଇଁ ଆନ୍ଧ୍ରର କୋତୁରୁ ଥାନା ଅନ୍ତର୍ଗତ ଗୁରାଣ୍ଡି ଅଞ୍ଚଳର ଦୁଇଜଣ ଯୁବକ ଓ ଜଣେ ନାବାଳିକା ସମ୍ପୃକ୍ତି ଥିବା ଜାଣିପାରି କୋତୁରୁ ଥାନା ସହ ଯୋଗାଯୋଗ କରି ଚୋରି ହୋଇଥିବା ଦୁଇଟି ଅଟୋ ଓ ଗୋଟିଏ ବୁଲେଟକୁ ନିଜ ଜିମାକୁ ଆଣିଛି ।

ଅଭିଯୁକ୍ତ ମାନଙ୍କୁ କୋତୁରୁ ରୁ ରିମାଇଂଡ ରେ ଆଣି କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । କାସିନଗର ପୋଲିସକୁ ବଡ଼ ସଫଳତା ମିଳିଥିଲେ ସୁଦ୍ଧା ଚୋରି ରୋକିବାକୁ ରାତି ପେଟ୍ରୋଲିଙ୍ଗ ବଢାଇବା ସହ ବିଜ୍ଞ୍ୟାପିତ ଅଞ୍ଚଳ ତରଫରୁ ସହରର ବିଭିନ୍ନ ଯାଗାରେ ସିସି ଟିଭି ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ କରିଛନ୍ତି । ଏଣୁ ଜିଲ୍ଲା ପୋଲିସ ଏହାର ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେବାକୁ ସଚେତନ ନାଗରିକ ସମାଜ ଦାବୀ କରିଛି ।