Advertisements
Tuesday, August 4, 2020
Home Business & Private ଶ୍ରବଣ ସେବା ଅନୁଷ୍ଠାନ ତରଫରୁ ଆୟୁଷ ଡାକ୍ତରଙ୍କ ବୃକ୍ଷରୋପଣ

ଶ୍ରବଣ ସେବା ଅନୁଷ୍ଠାନ ତରଫରୁ ଆୟୁଷ ଡାକ୍ତରଙ୍କ ବୃକ୍ଷରୋପଣ

ରିପୋର୍ଟ: ରାକେଶ ମହାରଣା //
କୋଦଳା ୩୦/୦୭): ଶ୍ରବଣ ସେବା ଅନୁଷ୍ଠାନ ତରଫରୁ କୋଦଳାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ସମ୍ପ୍ରତି କରୋନା ମହାମାରି ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଗଂଜାମ ଜିଲ୍ଲାରେ ସାଧାରଣ ନାଗରିକର ସ୍ୱାସ୍ଥ୍ୟ ସୁରକ୍ଷା ଓ ଯାଂଚ ପ୍ରକ୍ରିୟା କାର୍ଯ୍ୟକୁ ହାତକୁ ନେଇଛନ୍ତି ଆୟୁଷ ଡାକ୍ତର l

ଏହି ଭଳି ଦୁର୍ଦ୍ଦିନରେ ବୃକ୍ଷରୋପଣର ଆବଶ୍ୟକତାକୁ ଅନୁଭବ କରି କୋଦଳା ଶ୍ରବଣ ସେବାଶ୍ରମ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଡା ଜୟଦେବ ନାୟକ ସକ୍ରିୟ ଅଂଶଗ୍ରହଣ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କୋଦଳା-ଖଲ୍ଲିକୋଟ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ଚାରା ରୋପଣ କରାଯାଇଛି l ଏହାର ଯତ୍ନ ଉପରେ ଡାକ୍ତର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଲିଟୁ ପରିଡା ଫିରୋଜ ପରିଡା, ବିଶ୍ୱଜିତ ପ୍ରଧାନ, ମିଥୁନ ପ୍ରଧାନ, ଅର୍ଜୁନ ବେହେରା, ଜଗା ନାୟକ, ପଞ୍ଚାନନ ବେହେରା, ସାଗର ନାହାକ, ପ୍ରଶାନ୍ତ ନାୟକ, ଶଙ୍କର ପରିଡା, ଶଙ୍କର ଗୌଡ଼ ଓ ଜଗନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: