Advertisements
Tuesday, August 4, 2020
Home Education & Literacy କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଥିବା ମାଟ୍ରିକ ଟପର ମିନାକ୍ଷୀ ପରିବାରଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ...

କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଥିବା ମାଟ୍ରିକ ଟପର ମିନାକ୍ଷୀ ପରିବାରଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଲିଗୁଡା ବିଧାୟକ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୩୦ /୭): ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ କନ୍ଧମାଳ ଜିଲ୍ଲା ରେ ଜଣେ ଚାଷୀ ପରିବାର ର ଝିଅ ମିନାକ୍ଷୀ ମଲିକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l କ.ନୂଆଗାଁ ବ୍ଲକ ମହାସିଙ୍ଗ ପଂଚାୟତ ର ଗୋଇବନ୍ଧl ଗ୍ରାମ ର ଚାଷୀ ପରିବାର ର ଝିଅ ମିନାକ୍ଷୀ ଜିଲ୍ଲା ରେ ଟପ୍ପର ହେବା ପରେ ସବୁଆଡେ ଶୁଭେଚ୍ଛା ର ସୁଅ ଛୁଟୁଛି l

ଏହି ଗ୍ରାମ ର ରାଜୀବ ଲୋଚନ ମଳିକ ଙ୍କ ଝିଅ ୬୦୦ ମାର୍କ ରୁ ମୋଟ ୫୫୬ ନମ୍ବର ରଖି ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ମିନାକ୍ଷୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ A1 ଗ୍ରେଡ଼ ରେ ୯୨.୬୭ % ରଖି ଏହି ସଫଳତା ହାସଲ କରିଛନ୍ତି l ଜଣେ ଚାଷୀ ପରିବାର ରେ ଜନ୍ମିତ ଏହି ଛାତ୍ରୀ ଜଣକ ପ୍ରଥମ ସ୍ଥାନ ଅଧିକାର ପରେ ନିଜର ଦୃଢ଼ ଇଛା ଶକ୍ତି ଓ ପାଠ ପ୍ରତି ଆଗ୍ରହ ଏହି ସଫଳତା ର କାରଣ ବୋଲି କହିଛନ୍ତି l ବାଲିଗୁଡା ବିଧାୟକ ଚକ୍ରମଣି କହ୍ନର ମିନାକ୍ଷୀ ଙ୍କ ପରିବାର କୁ ଭେଟିଛନ୍ତି l ମିନାକ୍ଷୀ ଙ୍କ ସଫଳତା ପାଇଁ ବିଧାୟକ ଚକ୍ରମଣି କହ୍ନର ଶୁଭେଚ୍ଛା ଜଣେଇଛନ୍ତି l ମିନାକ୍ଷୀ ଙ୍କ ପିତା ରାଜୀବ ଜଣେ ଚାଷୀ ହୋଇଥିବା କାରଣ ରୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ଓ ସରକାର ଙ୍କ ପକ୍ଷରୁ ଯୋଗାଇଦେବା କୁ ପ୍ରତିଶୃତି ଦେଇଛନ୍ତି l ଜିଲ୍ଲା ପ୍ରଶାସନ ସହ ଏ ନେଇ ବାଲିଗୁଡା ବିଧାୟକ ଆଲୋଚନା କରି ସମସ୍ତ ସୁବିଧା ଯୋଗାଇଦେବା କୁ ମିନାକ୍ଷୀ ଙ୍କ ପରିବାର ଙ୍କୁ କହିଛନ୍ତି l ମିନାକ୍ଷୀ ଯେପରି ଆଗକୁ ପାଠ ପଢି ପାରିବେ ଓ ଅର୍ଥଭାବ ରୁ କୌଣସି ସମସ୍ୟା ରେ ସମ୍ମୁଖୀନ ନ ହେବେ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି l ଏ ନେଇ ମିନାକ୍ଷୀ ଓ ପରିବାର ଲୋକ ଜିଲ୍ଲା ପ୍ରଶାସନ ଓ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସରକାରୀ ସହାୟତା ପାଇବେ ବୋଲି ଆଶା ବାନ୍ଧିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: