1. Best News : ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0
50
ପାରଳାଖେମୁଣ୍ଡି

ରିପୋର୍ଟ : ପ୍ରଣତି ସାବତ
ଗଜପତି/ପାରଳାଖେମୁଣ୍ଡି,(୨୦/୦୮) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ l

ଆଦିବାସୀ ପାରମ୍ପରିକ ନାଚଗୀତର ତାଳରେ ତାଳ ଦେଇ ଖୁସି ପରିପ୍ରକାଶ କରିଛନ୍ତି ଗଜପତି ଜିଲ୍ଲାର ମହିଳା ନେତ୍ରୀଗଣ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନତା ବଳରେ ଜଣେ ସାଧାରଣ ମହିଳା ପଲ୍ଲୀରୁ ଦିଲ୍ଲୀ ଦରବାରକୁ ଯାଇପାରୁଛି । ଏଭଳି ଏକ ଆଦର୍ଶ ସାଂସଦ ପ୍ରମିଳା ବିଶୋଇ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜୁ ମହିଳା ଜନତା ଦଳର ସଚିବ କସ୍ତୁରୀ ମହାପାତ୍ର ତଥା ରାଜ୍ୟ ସ୍ତରୀୟ ବହୁ ତୁଙ୍ଗ ମହିଳା ନେତୃ ବୃନ୍ଦଙ୍କୁ ନିକଟରେ ପାଇ ଖୁସିରେ ବିଭୋର ବିଜୁ ମହିଳା ଜନତା ଦଳର ନେତ୍ରୀ ଗଣ ସହ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍ ଗ୍ରୁପ ଅଧକ୍ଷ ଡ:ତିରୁପତି ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରାଓ, ବିଜେଡି ଯୁବ ନେତା ରୁପେଶ ପାଣିଗ୍ରାହୀ, ଜୁବ ବିଜେଡି ଜିଲ୍ଲା ସଭାପତି ଏସ ଲିଙ୍ଗରାଜ,ମାରୁତ ପାଳ, ରାଜ୍ୟ ସଂଖ୍ୟା ଲଘୁ ସମ୍ପାଦକ ପଲବ ଲିମା ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମହିଳା ଆଜି ସୀମିତ ହୋଇ ରହିନାହିଁ। ମହିଳାଙ୍କ ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସବୁଠି ପ୍ରଶଂସନୀୟ। ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁଠୁ ଆଗରେ ଓଡ଼ିଶା । ମିଶନ ଶକ୍ତି ମାଧ୍ୟମରେ ସୁଦୃଢ ହୋଇଛନ୍ତି ମହିଳା । କହିବାକୁ ଗଲେ ସାରା ରାଜ୍ୟରେ ଖୁସି ଅଛନ୍ତି ମହିଳା ସମାଜ। ଆଜି ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ।

ଏଥିରେ ଉପସ୍ଥିତ ମହିଳା ନେତୃବୃନ୍ଦ ତଥା ଦଳର ବରିଷ୍ଠ ନେତାମାନେ ମହିଳାଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡ଼ିକ ଘରେ ଘରେ ପହଞ୍ଚିବାକୁ ସଙ୍କଳ୍ପ ନେଇଥିଲେ ମହିଳା ନେତ୍ରୀଗଣ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରୁ ଶତାଧିକ ମହିଳା ନେତ୍ରୀଗଣ ଯୋଗ ଦେଇଥିବା ବେଳେ ଜିଲ୍ଲାର ସମସ୍ତ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ l .