1. Best News : ରାଜଧାନୀରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ; ଧଉଳି ଥାନା SI ଙ୍କୁ ଆକ୍ରମଣ

0
56
ରାଜଧାନୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୦୮) : ରାଜଧାନୀରେ ବଢ଼ିଛି ନିଶା ମାଫିଆଙ୍କ ଦୌରାତ୍ମ୍ୟ । ନିଶା ମାଫିଆଙ୍କ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଧଉଳି ଥାନା SI ରମେଶ ଭୋଳ ।

ରାଜଧାନୀରେ ନିଶା ମାଫିଆ: ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଧଉଳି ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କିଛି ଲୋକ ନିଶା କାରବାର ଚଲାଇଥିବା ଧଉଳି ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା । ଗତକାଲି ରାତିରେ ଧଉଳି ଥାନା SI ରମେଶ ଭୋଳ ପୁଲିସ ଟିମ୍‌କୁ ନେଇ ପରିତ୍ୟକ୍ତ ଘରେ ଚଢ଼ାଉ କରିବାକୁ ପିସିଆର ଭ୍ୟାନ ନେଇ ପହଞ୍ଚିଥିଲେ । ଚଢ଼ାଉ ବେଳେ ନିଶା ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ । ନିଶା ମାଫିଆଙ୍କ ଆକ୍ରମଣରେ ଧଉଳି ଥାନା SI ଆହତ ହୋଇଥିଲେ । ପୁଲିସର ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ନିଶା ମାଫିଆଙ୍କୁ ଗିରଫ କରିଥିଲା । ଅନ୍ୟ ନିଶା ମାଫିଆମାନେ ପୁଲିସକୁ ଚକମା ଦେଇ ଚମ୍ପଟ ମାରିଥିଲେ । ଏନେଇ ଧଉଳି ଥାନାରେ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।