Advertisements
Tuesday, August 4, 2020
Home District News କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରିପୋର୍ଟ: ହିରୋଜ କୁମାର ସାହୁ /ପ୍ରଭୁଦତ୍ତ ପଣ୍ଡା //
କର୍ଲାମୁଣ୍ଡା,କଳାହାଣ୍ଡି (୨୯/୦୭):କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କର୍ଲାମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିର ଚନ୍ଦ୍ର ବିଶ୍ୱାସ,ଫାଣ୍ଡି କର୍ମଚାରୀ ନିଲୁ ରଥ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ କର୍ଲାମୁଣ୍ଡା ଅଞ୍ଚଳର ସମାଜସେବୀ ଜଗନ୍ନାଥ ଚୌଧୁରୀ, ନନ୍ଦକିଶୋର ଭୋଇ, ଭବାନୀ ଶଙ୍କର କୁମାର, ସୁମନ୍ତ ସାହୁ, କିଶୋର ସୁନାନୀ, ଗଣେଶ୍ୱର କୁମାର, ଭାରତ ଭୂଷଣ ଷଡ଼ଙ୍ଗୀ, ପ୍ରଶାନ୍ତ ସାହୁ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ l

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: