1. Best News : ନିଶା କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

0
62
ନିଶା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର, (୧୮/୦୮) : ନିଶା କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ : – କଫ ସିରଫ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଗିରଫ କରିଛି l ଏଇ ଦୁଇ ଜଣ ହେଲେ ସୁଧାଂଶୁ ସାହୁ, ଗଜ ତଥା ଆଉ ଜଣେ ସୁରୁବାବୁ ଅଦାବରିଆ ବୋଲି ପୋଲିସ ସୂଚନା ଦେଇଛି lWhatsApp Image 2023 08 18 at 23.33.23 jpeg 1. Best News : ନିଶା କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ଦୁହେଁ ବଲାଙ୍ଗିର ସହର ଠିକାଦାର ପଡ଼ାର ବାସୀନ୍ଦା ହୋଇଥିବା ବେଳେ ଏମାନେ ଦୁହେଁ ମିଶି ଘରେ କଫ ସିରଫ, କୋରେକ୍ସ ଓ ଅନ୍ୟନ୍ୟ ନିସା ଦ୍ରବ୍ୟ ରଖି ବିକ୍ରି କରୁଥିଲେ l ଏ ମାନଙ୍କ ଠାରୁ କଫ ସିରଫ୍ ଓ ନିସା ବଟିକା ଜବତ କରିବା ସହ ଟାଉନ୍ ଥାନା କେସ ନମ୍ବର୍ ୪୨୫, ଆଇପିସି ଧାରା ୪୫୭,୩୮୦,୩୮୦ ଓ ୩୪ କ୍ରମେ ଉକ୍ତ ଦୁଇ ନିଶା ବେପାରିଙ୍କୁ ଘରେ ଥିବା ସମୟରେ ପୋଲିସ କାବୁ କରିବାରେ ସଫଳ ହୋଇଛି । ତିନି ସହ ପଚାଶ ରୁ ଏବେ ୪୦୦ ରୁ ୪୫୦ ଟଙ୍କା ମୂଲ୍ୟ ରେ ଏହି ନିଶା କଫ ସିରଫ ଅଧିକ ମୂଲ୍ୟ ରେ ପୂର୍ବବତ ବିକ୍ରୀ ହେଉଥିବା ଜଣା ଯାଇଛି ।