Advertisements
Tuesday, August 4, 2020
Home District News କୋରାପୁଟରେ 71.44% ପାସ ହାର, ଦେବାଶିଷ ସାହୁ 553 ନମ୍ବର ମାର୍କ ରଖି ଜିଲ୍ଳାରେ ଟପ୍ପର

କୋରାପୁଟରେ 71.44% ପାସ ହାର, ଦେବାଶିଷ ସାହୁ 553 ନମ୍ବର ମାର୍କ ରଖି ଜିଲ୍ଳାରେ ଟପ୍ପର

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୯/୦୭): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଆଜି ଅନଲାଇନ ଜରିଆରେ ପ୍ରକାଶ ପାଇଛି । ଏଥିରେ କୋରାପୁଟ ଜିଲ୍ଳାରେ ମାଟ୍ରିକ ପାସହାର 71.44 % ପ୍ରତିଶତ ରହିଥିବା ଜଣାପଡିଛି ।

କୋରାପୁଟ ଜିଲ୍ଳାର ମୋଟ 272 ବିଦ୍ୟାଳୟର 13070 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ 62ଟି ସେଣ୍ଟରରେ ପରୀକ୍ଷା କରାଯାଇଥିଲା l ଏଥିରୁ 9044 ଜଣଙ୍କ ପାସ ହୋଇଥିବା ପ୍ରକାଶିତ ହୋଇଥିବା ବେଳେ 11ଜଣ ଏ-୧ ବର୍ଗରେ ଜଣ, ଏ-୨ରେ 75 ଜଣ, ବି-୧ରେ 127ଜଣ, ବି-୨ରେ 275ଜଣ, ସି-ରେ 590ଜଣ, ଡି-ରେ 1649ଜଣ, ଇ-ରେ 6317 ଓ ଏଫ ବର୍ଗରେ 3541 ଜଣ ପାସ ହୋଇଛନ୍ତି । ତେବେ ଏ-୧ରେ ପାସ ହୋଇଥିବା 11ଜଣଙ୍କ ମଧ୍ୟରେ ଜିଲ୍ଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର (ସାରଦlବିହାର ) ଜୟପୁର ଛାତ୍ର ଦେବାଶିଷ ସାହୁ 553 ନମ୍ବର ମାର୍କ ରଖି ଜିଲ୍ଳାରେ ଟପ୍ପର ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟର ଆଉ ଚାରି ଜଣ ସହ ଜୟପୁର ଅରବିନ୍ଦ ଇଣ୍ଟଗେଟ ବିଦ୍ୟାଳୟ ଜଣେ, ଶିଶୁମନ୍ଦିର ସୁନାବେଡା ଜଣେ, ଶିଶୁମନ୍ଦିର ସିମିଲିଗୁଡାର ଜଣେ, ସରକାରୀ ବାଳିକା ବିଦ୍ୟାଳୟ ଜୟପୁରର ଜଣେ, ଶିଶୁମନ୍ଦିର କୋରାପୁଟ ଓ ଶିଶୁମନ୍ଦିର ଦାମନଯୋଡିର ଜଣେ ଏହିପରି 11ଜଣ ଏ-୧ରେ ପାସ ହୋଇଛନ୍ତି l ଜିଲ୍ଳାର ବିଭିନ୍ନ ମହଲରୁ ମାଟ୍ରିକ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତାର ସୂଅ ଛୁଟୁଥିବା ବେଳେ ରିଜଲ୍ଟକୁ ନେଇ ପାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: